
ଭୁବନେଶ୍ୱର, 18 ଜୁଲାଇ (ହି.ସ.)- ଆଠଗଡ଼ର
ବିଭିନ୍ନ ଗାଁର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି କଟକ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ସହ
ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇ
ରିପୋର୍ଟ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସାପୁଆ ନଈର ଘାଇରେ ବାଲି ବସ୍ତା ପକାଇ
ମରାମତି କରାଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା