
ଭୁବନେଶ୍ୱର, ୧୮ ଜୁଲାଇ (ହି.ସ)- ପଂଚାୟତିରାଜ ବିଭାଗ ନାଁରେ ଏକ ନକଲି ପଦୋନ୍ନତି ଆଦେଶ ଭାଇରାଲ ହୋଇଛି। ଜିପିଡିଓ ଓ ପିଏଙ୍କ ପଦୋନ୍ନତି ହୋଇଥିବା ନେଇ ନକଲି ଆଦେଶ ଭାଇରାଲ ଘଟଣା ପରେ ଜିଲ୍ଲାପାଳମାନଙ୍କୁ ସରକାର ସତର୍କ ସୂଚନା ଜାରି କରିଛନ୍ତି। ଏହି ଘଟଣା ନେଇ ପଂଚାୟତିରାଜ ବିଭାଗ ଗୃହ ବିଭାଗକୁ ଅବଗତ କରିଛି। ଏହାସହ ଏଫଆଇଆର ଓ ସାଇବର ତଦନ୍ତ ପାଇଁ ପଂଚାୟତିରାଜ ବିଭାଗ ଜଣାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା