
ଭୁବନେଶ୍ୱର, ୧୮ ଜୁଲାଇ (ହି.ସ)- କୌଣସି ନଦୀରେ ବନ୍ୟା ଆସିବନି ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି। ସେ କହିଛନ୍ତି ହୀରାକୁଦରେ ଏବେ ଜଳସ୍ତର ୬୧୦ ଫୁଟ ରହିଛି। ୬୧୪ ଫୁଟ୍ ଜଳସ୍ତର ଟପିଲେ ନିଷ୍କାସନ ପାଇଁ ନିଷ୍ପତି ନିଆଯିବ। ସାପୁଆରୁ ପାଣି କମୁଛି, ଆସନ୍ତାକାଲି ସକାଳ ସୁଦ୍ଧା ପୂରା ପାଣି କମିଯିବ। ମାଟି ବନ୍ଧ ଖସିଥିବା ସ୍ଥାନରେ ସୋମବାର ସୁଦ୍ଧା ମରାମତି କାମ ହେବ । ଗତକାଲି ଓ ତା ପୂର୍ବ ଦିନ ବର୍ଷା ପାଇଁ ଜଳବନ୍ଦୀ ପରିସ୍ଥିତି ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା