ଚେକ୍ ବାଉନ୍ସ ମାମଲାର ସମାଧାନ ସକାଶେ ସ୍ୱତନ୍ତ୍ର ଲୋକ ଅଦାଲତ
ଜୟପୁର, ୧୮ ଜୁଲାଇ (ହି.ସ.)- ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଧେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ମହନ୍ତଙ୍କ ତତ୍ବାବଧାନରେ ସ୍ୱତନ୍ତ୍ର ଲୋକ ଅଦାଲତ ଜ
ଚେକ୍ ବାଉନ୍ସ ମାମଲାର ସମାଧାନ ସକାଶେ ସ୍ୱତନ୍ତ୍ର ଲୋକ ଅଦାଲତ


ଜୟପୁର, ୧୮ ଜୁଲାଇ (ହି.ସ.)- ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଧେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ମହନ୍ତଙ୍କ ତତ୍ବାବଧାନରେ ସ୍ୱତନ୍ତ୍ର ଲୋକ ଅଦାଲତ ଜିଲ୍ଲା ମୁଖ୍ୟାଳୟ ବିଚାରବିଭାଗୀୟ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଛି । ଏହି ସ୍ବତନ୍ତ୍ର ଲୋକ ଅଦାଲତରେ କେବଳ ଚେକ୍ ବାଉନ୍ସ ମାମଲା ଆପୋଷ ସହମତିରେ ସମାଧାନ କରାଯାଇଥିଲା। ଉକ୍ତ ଅଦାଲତରେ ଜିଲ୍ଲା ଦୌରାଜଜ କୋରାପୁଟ- ଜୟପୁର ପ୍ରଦୀପ କୁମାର ମହନ୍ତ, ସଚିବ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ଶ୍ରୀମତୀ ପ୍ରଦ୍ୟୋମୟୀ ସୁଜାତା, ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରି ହରମୋହନ ଦାସ ପ୍ରମୁଖ ଉପସ୍ଥିତ ରହି ମୋକଦ୍ଦମା ଗୁଡିକ ଫୈଇସଲା କରିଥିଲେ। ଆଇନଜୀବି ଶ୍ରୀ, ଜେ.ସତ୍ୟନାରାୟଣ ଆଚାରୀ, ଶ୍ରୀମତି ରାକ୍ଷୀ ବାଇ ପ୍ରମୁଖ ଲୋକଅଦାଲତ ବେଞ୍ଚ୍ ମାନଙ୍କରେ ସହଯୋଗ କରିଥିଲେ। ଏଥିରେ ସର୍ବମୋଟ ବିଚାରାଧିନ ମୋକଦ୍ଦମା 16 ମଧ୍ୟରୁ 10 ଟି ମାମଲା ଫୈସଲା କରାଯାଇ 27,61,961/- ଟଙ୍କା ସମାଧାନ ରାଶି ଧାର୍ଯ୍ୟ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande