
ଭୁବନେଶ୍ୱର, 18 ଜୁଲାଇ (ହି.ସ.)- ପୌରାଞ୍ଚଳ ଅଧ୍ୟକ୍ଷ
ପଦ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା। ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ପ୍ରସ୍ତୁତି
ଆରମ୍ଭ କରିଛି। ପୌରାଞ୍ଚଳ ପାଇଁ 12 ହଜାର ଇଭିଏମ, ଆଉ 6 ହଜାର ନୂଆ ଇଭିଏମ ଅର୍ଡର କରାହୋଇଛି। । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ
ନିର୍ବାଚନ ଆୟୋଗ ସଚିବ ସନ୍ତୋଷ କୁମାର ଦାଶ କହିଛନ୍ତି । ସେ କହିଛନ୍ତି ଯେ, ସଂରକ୍ଷଣ ତାଲିକା
ପ୍ରକାଶ ପାଇବାପରେ ଡୋର୍ ଟୁ ଡୋର୍ ସର୍ଭେ କରାଯିବ । ଏନଏସିରେ ଗୋଟେ ୱାର୍ଡକୁ ଗୋଟେ ବୁଥ
ହେବ। ଇଭିଏମ ପାଇଁ ବାଲଟ ପେପର୍, ଗାଡ଼ି ପାଇଁ ଅର୍ଡର କରିଦେଇଛୁ। ପୌରାଞ୍ଚଳ ଓ ପଞ୍ଚାୟତ ନିର୍ବାଚନ ପାଇଁ ମାର୍ଚ୍ଚ
ମାସରେ ନୋଟିଫିକେସନ୍ ହେବ। ଏପ୍ରିଲ କିମ୍ବା ମେରେ ପାଖାପାଖି ସମୟରେ ଉଭୟ ପଞ୍ଚାୟତ ଏଵଂ ପୌର
ନିର୍ବାଚନ କରାଯିବ। ଅକ୍ଟୋବର ମାସରୁ ଇଲେକ୍ଟ୍ରିକାଲ ରୋଲ୍ ଆରମ୍ଭ ହେବ। ସମୁଦାୟ 143 ପୌର,
ଏନଏସି ଏଵଂ ମ୍ୟୁନିସିପାଲ କର୍ପୋରେସନ ପାଇଁ ନିର୍ବାଚନ ହେବ। ସମ୍ବଲପୁର
ମହାନଗର ପାଇଁ ଯେଉଁ ସମସ୍ୟନେଇ ହାଇକୋର୍ଟରେ କେସ ଚାଲିଥିଲା, ତାର
ସମାଧାନ ହୋଇସାରିଛି । ତାପରେ ଅର୍ଡର ବି ବାହାରି
ସାରିଛି ବୋଲି ସେ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା