
ଭୁବନେଶ୍ୱର, 18 ଜୁଲାଇ (ହି.ସ.) - ରେଳମନ୍ତ୍ରୀଙ୍କୁ
ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ
ଏକ୍ସରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଜୀଙ୍କୁ
ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଆପଣ ସୁସ୍ଥ, ସୁଖୀ, ଜ୍ଞାନୀ ଓ ଶକ୍ତିଶାଳୀ ରୁହନ୍ତୁ, ଏବଂ ଏହିପରି ସମର୍ପଣ ଓ ନିଷ୍ଠାର ସହିତ ଦେଶସେବା କରିଚାଲନ୍ତୁ—ଏହାହିଁ ମୋର ଶୁଭକାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା