
Bhubaneswar, 18 ଜୁଲାଇ (ହି.ସ.)
ଜୟପୁର ୧୮ା୭ ନିଖୋଜ ବ୍ୟାକ୍ତି ଙ୍କ ଆତ୍ମହତ୍ୟା କରିଥିବା ନେଇ ଜୟପୁର ସଦର ଥାନା ରେ ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ କୁନ୍ଦୁରା ଥାନା ନାରାଗାଁ ନିଳ ପେଣ୍ଠିଆ । ପୋଲିସ ସୁଚନା ଅନୁଯାଇ କୁନ୍ଦୁରା ଥାନା ନାରାଗାଁ ଗ୍ରାମର ଲକ୍ଷ୍ମୀ ପେଣ୍ଠିଆ ଅଭିଯୋଗ କରିଥିଲେ । ଗତ ୧୬ ରାତ୍ର ରେ ସ୍ୱାମୀ ନିଳ ପେଣ୍ଠିଆ ନିଖୋଜ ଥିଲେ । ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କ ଖୋଜ ଖବର ମେଳି ନଥିଲା । ସେ ମାନସିକ ରୋଗି ଥିଲେ । ଆଜି ଉମୁରି ରେଳ ଷ୍ଟେସନ ନିକଟରେ ଏକ ଗଛରେ ଗାମୁଛାରେ ଆତ୍ମ ହତ୍ୟା କରିଥିବା ସୁଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଥି ଚିହ୍ନଟ କରିଥିଲେ । ପୋଲିସ ଶବକୁ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ସାଇଣ୍ଟିଫିଟ ଟିମ ତଦନ୍ତ କରି ଫେରିଥିବା ବେଳେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି