ଜୟପୁର ସ୍ଵତନ୍ତ୍ର କାରାଗାରରେ ବିଚାରାଧିନ ୨ ବନ୍ଦୀ କଲେ ବିବାହ
ଜୟପୁର, ୧୯ ଜୁଲାଇ (ହି.ସ.)- ଜୟପୁର ସ୍ୱତନ୍ତ୍ର କାରାଗାରରେ ବିଚାରାଧିନ ୨ ବନ୍ଦୀ କଲେ ବିବାହ । ମଣିଷ ଭୁଲ କରେ ସମାଜର ନିତି ନିୟମ ଭାଙ୍ଗେ ଓ ଆଇନ ଜାଲରେ ଛନ୍ଦି ହୋଇ ଜେଲ କୁ ଆସେ । ଆଇନର ପରିସରର ମଧ୍ୟରେ ଜେଲ କୁ ଆସିବା ହିଁ ଏକ ଦଣ୍ଡ । ମାତ୍ର ତଥାପି ଆଇନ ଅବମାନନାକାରୀଙ୍କୁ ଆଇନ ଏକ ସୁଯୋଗ ଦି
ଜୟପୁର ସ୍ୱତନ୍ତ୍ର କାରାଗାରରେ  ବାଚାରାଧିନ ୨ ବନ୍ଦି କଲେ ବିବାହ


ଜୟପୁର, ୧୯ ଜୁଲାଇ (ହି.ସ.)-

ଜୟପୁର ସ୍ୱତନ୍ତ୍ର କାରାଗାରରେ ବିଚାରାଧିନ ୨ ବନ୍ଦୀ କଲେ ବିବାହ । ମଣିଷ ଭୁଲ କରେ ସମାଜର ନିତି ନିୟମ ଭାଙ୍ଗେ ଓ ଆଇନ ଜାଲରେ ଛନ୍ଦି ହୋଇ ଜେଲ କୁ ଆସେ । ଆଇନର ପରିସରର ମଧ୍ୟରେ ଜେଲ କୁ ଆସିବା ହିଁ ଏକ ଦଣ୍ଡ । ମାତ୍ର ତଥାପି ଆଇନ ଅବମାନନାକାରୀଙ୍କୁ ଆଇନ ଏକ ସୁଯୋଗ ଦିଏ ଚରିତ୍ରରେ ସୁଧାର ପାଇଁ । ଏହି ପରିପେକ୍ଷିରେ ଜେଲ ହେଉଛନ୍ତି ଏକ ସୁଧାର କେନ୍ଦ୍ର । ବର୍ତମାନ ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାରିଙ୍କ ଗୃହ ମନ୍ତ୍ରଣାଳୟର ଆଦେଶ କ୍ରମେ ଓଡିଶା ସମେତ ସମଗ୍ର ଭାରତ ବର୍ଷରେ ଜେଲ ମାନେ ଏକ ଏକ ସୁଧାର କେନ୍ଦ୍ର ପାଲଟି ଯାଇଛନ୍ତି । ଏହି କ୍ରମରେ ଆଜି ସ୍ୱତନ୍ତ୍ର କାରାଗାର ଜୟପୁର ଇତିହାସରେ ସୁଧାର କାର୍ଯ୍ୟକ୍ରମରେ ଆଉ ଏକ ଫର୍ଦ ଯୋଡି ହୋଇଯାଇଛି । ଏକ ଅନୈତିକ ଆର୍ଥକ ହେରଫେର ମାମଲାରେ ଜୟପୁର ଜେଲରେ ବନ୍ଦୀ ଜୀବନ ବିତାଉଥିବା ୨ ଜଣ ବିଚାରାଧିନ ବନ୍ଦୀ ଆଜି ବିବାହ ବନ୍ଦନରେ ବାନ୍ଧି ହୋଇ ଜୀବନ ସାଥି ହୋଇ ଯାଇଛନ୍ତି ।

ସୂଚନା ଥାଉକି, ବିଚାରାଧିନ ବନ୍ଦୀ ନୃସିଂହ ଖମାରି ଓ ଅନାମିକା ଜେଲ ଆସିବା ପୂର୍ବରୁ ଉଭୟଙ୍କୁ ଭଲ ପାଉଥିଲେ । ଏବଂ ଉଭୟଙ୍କ ବିବାହ ନିମନ୍ତେ ନିର୍ବନ୍ଧ ମଧ୍ୟ ସରିଥିଲା । ମାତ୍ର କୋରାପୁଟ ଭିଜିଲାନ୍ସ କୋର୍ଟ ପାଖରେ ଦାଖଲ ଏକ ମାମଲାରେ ଉଭୟ ଛନ୍ଦି ହୋଇଥିବାରୁ ବିବାହ କରି ପାରି ନଥିଲେ । ବିଚାର ପକ୍ରିୟାର ବିଳମ୍ବିତ କୁ ଦେଖି ଉଭୟ କାରାଧିକ୍ଷକଙ୍କୁ ଜେଲ ଭିତରେ ବିବାହ କରିବାକୁ ଇଛା ଜଣାଇଥିଲେ । ଯାହାକୁ କାରାଧିକ୍ଷକ ହୃଦୟର ସହ ଗ୍ରହଣ କରି ଭିଜିଲାନ୍ସ କୋର୍ଟଙ୍କ ଅନୁମତି ପାଇଁ ପ୍ରାର୍ଥନା କରିଥିଲେ । କୋର୍ଟ ଏଥି ନିମନ୍ତେ ଅନୁମତି ପ୍ରଦାନ ପରେ ପୁନଃ କାରା ମହାନିର୍ଦେଶକ ଓଡିଶାଙ୍କ ଅନୁମତି ପାଇଁ ଜଣାଇଥିଲେ । କାରାଗାର ମହାନିର୍ଦେଷାଳୟ ମଧ୍ୟ ଏଥିପାଇଁ ଅନୁମତି ପ୍ରଦାନ ପରେ ଆଜି ଜୟପୁର ସ୍ଥିତ ସ୍ୱତନ୍ତ୍ର କାରାଗାରରେ ଅନୁଷ୍ଠିତ ଏକ ଆଡମ୍ବର ପୁଣ୍ଣ ପରିବେଶରେ ଜେଲ କତ୍ତୃପକ୍ଷଙ୍କ ଅନୁରୋଧ ରକ୍ଷା କରି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଉପସ୍ଥିତ ରହି ନବ ଦମ୍ପତ୍ତିଙ୍କୁ ଆର୍ଶିବାଦ ପ୍ରଦାନ କରିଥିଲେ । ବିବାହ ପରେ ନବ ଦମ୍ପତ୍ତିଙ୍କୁ ସେ କିଛି ଉପହାର ସହ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ ।

ସମଗ୍ର ଆୟୋଜନ ଓ ବିବାହ ଅନୁଷ୍ଠାନକୁ କାରାଧିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ, ସହକାରି କାରପାଳ ଅକ୍ଷୟ ନାୟକ, ମକସୁଦ ଖାନ, ଉପ ସହକାରି କାରାପାଳ ବଣ୍ଣବ ଗୋମାଙ୍ଗ, ଯମାଦାର କାମିନି ମାଝୀ, ବିଶେଶ୍ୱର ମୁର୍ମୁ, ଗଦାଧର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ଅନ୍ତେବାସୀ ଓ କର୍ମଚାରିଙ୍କୁ ନେଇ ଭୋଜିର ଆୟୋଜନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande