୪୫ କେଜି ଗଞ୍ଜେଇ ଜବତ, ଦୁଇ ଆନ୍ତଃରାଜ୍ୟ ଚୋରା ଚାଲାଣକାରୀ ଗିରଫ
ସମ୍ବଲପୁର , ୧୯ ଜୁଲାଇ(ହି.ସ.) – ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇ ୪୫ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ଦୁଇ ଜଣ ଆନ୍ତଃରାଜ୍ୟ ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଜୁଜୁମୁରା ଥାନା ଅନ୍ତର୍ଗତ ହାତିବାରି ଛକରେ ରବିବାର ସକାଳ ପ୍ରାୟ ୫ଟା ୩୦
୪୨ କେଜି ଗଞ୍ଜେଇ ଜବତ, ଦୁଇ ଆନ୍ତଃରାଜ୍ୟ ଚୋରାଚାଲାଣକାରୀ ଗିରଫ


୪୨ କେଜି ଗଞ୍ଜେଇ ଜବତ, ଦୁଇ ଆନ୍ତଃରାଜ୍ୟ ଚୋରାଚାଲାଣକାରୀ ଗିରଫ


୪୨ କେଜି ଗଞ୍ଜେଇ ଜବତ, ଦୁଇ ଆନ୍ତଃରାଜ୍ୟ ଚୋରାଚାଲାଣକାରୀ ଗିରଫ


ସମ୍ବଲପୁର , ୧୯ ଜୁଲାଇ(ହି.ସ.) – ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇ ୪୫ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ଦୁଇ ଜଣ ଆନ୍ତଃରାଜ୍ୟ ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଜୁଜୁମୁରା ଥାନା ଅନ୍ତର୍ଗତ ହାତିବାରି ଛକରେ ରବିବାର ସକାଳ ପ୍ରାୟ ୫ଟା ୩୦ ମିନିଟ୍ରେ ଅବକାରୀ ବିଭାଗ ଚଢ଼ାଉ କରି ଏକ ମାରୁତି ସୁଜୁକି ସ୍ୱିଫ୍ଟ କାରରୁ ୪୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ଅବକାରୀ ବିଭାଗ ଗଞ୍ଜେଇ ସହ ଏକ ମାରୁତି ସୁଜୁକି ସ୍ୱିଫ୍ଟ କାର ଏବଂ ୩ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ଟିକମଗଡ଼ ଜିଲ୍ଲାର ଦୀପକ କୁମାର ଛିପା ଏବଂ ଉତରପ୍ରଦେଶର ଝାନ୍ସୀ ଜିଲ୍ଲାର ଜୀବନ ଛିପା ଥିବା ଜଣାପଡିଛି। ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଜବତ ଗଞ୍ଜେଇ କନ୍ଧମାଳ ଅଂଚଳରୁ ବିଲାସପୁରକୁ ଚୋରାଚାଲାଣ କରାଯାଉଥିଲା। ଏହି ମାମଲାରେ ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande