
ଭଦ୍ରକ, ୧୯ ଜୁଲାଇ (ହି.ସ.) - ଏହି ଜିଲାର ବନ୍ତ ବ୍ଲକ ଅନ୍ତର୍ଗତ ଆପ୍ତିରା ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟର ନୂତନ ପରିଚାଳନା କମିଟିର ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଦ୍ୱନ୍ଦରେ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ଏଥିପାଇଁ ଏସ ଏମ୍ ସିରି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସର୍ବ ସମ୍ମତି କ୍ରମେ ଅଧ୍ୟକ୍ଷ ଭାବେ ପଦ୍ମିନୀ ପାଢୀ ଓ ଉପାଧ୍ୟକ୍ଷ ଭାବେ ପାର୍ବତୀ ମହାନ୍ତି ନିର୍ବାଚିତ ହୋଇଛନ୍ତି। ଏହି ବୈଠକରେ ପରିଚାଳନା କମିଟିର ସଭ୍ୟ ମାନସ କୁମାର ପାଣି,ଜଗନ୍ନାଥ ସାହୁ,ଧନେଶ୍ୱର ଜେନା,ରାମ ମୁର୍ମୁ,ପ୍ରତାପ ଚନ୍ଦ୍ର ରାଉତ,ହିମାଂଶୁ ଶେଖର ଜେନା,ସଭ୍ୟା ନମିତା କବି,ଶୁଭଦ୍ରା ଶତପଥି,ହୀରା କିସ୍କୁ,ଅଞ୍ଜଳୀ ପୁରୀ,ସରସ୍ୱତୀ ଗାହାଣ,ପ୍ରଧାନ ଶିକ୍ଷକ କୁଳମଣି ନାୟକ,ଶିକ୍ଷକ ପ୍ରତିନିଧି ଗୌରାଙ୍ଗ ଚରଣ ବିଶ୍ୱାଳ,ଅଙ୍ଗନ ୱାଡି କର୍ମୀ ତୁଳସୀ ପେଡା,ୱାର୍ଡ ସଭ୍ୟା ରଞ୍ଜିତା ଜେନା,ଆଶା କର୍ମୀ ପ୍ରତିଭା ମହୁରୀଙ୍କ ସମେତ ଅନ୍ୟ ଶିକ୍ଷକ ଗୋପିନାଥ ଦାଶ,ପ୍ରଭାତ କୁମାର ନାୟକ,ରତ୍ନାକର ଖିଲାର,ଶିକ୍ଷୟତ୍ରୀ ଅନୁଜା ପଣ୍ଡା,ଜାନକି ବାଳା ଜେନା ଉପସ୍ଥିତ ଥିଲେ। ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କମିଟିର ସଭ୍ୟ ସଭ୍ୟା ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆଗାମି ଦିନରେ ବିଦ୍ୟାଳୟର ସାମୁହିକ ଉନ୍ନତିରେ ସେମାନଙ୍କର ସହଯୋଗ କାମନା କରିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ