ସାଧାରଣ ସମ୍ପାଦକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡିଶା ଅମଲା ସଂଘ
ଜୟପୁର, ୧୯ ଜୁଲାଇ (ହି.ସ.)- ଓଡିଶା ଅମଲା ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜୟପୁର ଯାଦବ ଭବନ ଠାରେ ଆୟୋଜିତ ହୋଇଯାଇଛି l ଶଶି ଭୂଷଣ ଦାଶ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘଙ୍କ ଦ୍ଵାରା ଆୟୋଜିତ ସମ୍ମିଳନୀରେ ଓଡ଼ିଶା ଅମଲା ସଂଘ ସଭାପତି କୋରାପୁଟ ଜିଲ୍ଲା ଶାଖା ଜଗନ୍ନାଥ ମା
ସାଧାରଣ ସମ୍ପାଦକ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି


ଜୟପୁର, ୧୯ ଜୁଲାଇ (ହି.ସ.)- ଓଡିଶା ଅମଲା ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜୟପୁର ଯାଦବ ଭବନ ଠାରେ ଆୟୋଜିତ ହୋଇଯାଇଛି l ଶଶି ଭୂଷଣ ଦାଶ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘଙ୍କ ଦ୍ଵାରା ଆୟୋଜିତ ସମ୍ମିଳନୀରେ ଓଡ଼ିଶା ଅମଲା ସଂଘ ସଭାପତି କୋରାପୁଟ ଜିଲ୍ଲା ଶାଖା ଜଗନ୍ନାଥ ମାଝୀ, ସାଙ୍ଗଠନିକ ସମ୍ପାଦକ ଓଡ଼ିଶା ଅମଲା ସଂଘ ତଥା ରାଜ୍ୟ ଖଣ୍ଡିୟୀ ସମ୍ପାଦକ କୈଳାସ ସମନ୍ତ୍ରା, ବରିଷ୍ଠ କର୍ମକର୍ତ୍ତା ସୁଦର୍ଶନ ସାହୁ, ଜଗନ୍ନାଥ ଦାସ ପ୍ରମୁଖ ଯୋଗଦାନ କରିଥିଲେ l ଭୂତ ପୂର୍ବ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ଚିତ୍ତ ରଞ୍ଜନ ତରାସିଆ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କୁ ଓଡ଼ିଶା ଅମଲା ସଂଘ ଲେଟର ପେଡ୍ ରେ ଭୁଲ୍ ତଥ୍ୟ ପ୍ରଦାନ କରିବା ଓ ଗୃହ ବିଭାଗ ସଚିବଙ୍କ ଆଦେଶକୁ ଅବମାନନା କରିବା, ଗୃହ ବିଭାଗ ସଚିବଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ରାଜସ୍ୱ ଅମଲାଙ୍କୁ ସମ୍ମିଳନୀରେ ସାମିଲ କରିବା ସହ ନିର୍ବାଚନ ନାଁ ରେ ଲୁକ୍କାୟିତ ଭାବେ ଚୟନ କରିବା ଓ ଗୃହ ବିଭାଗ ସଚିବଙ୍କ ନିକଟରେ ଜାଲିଆତି ତଥ୍ୟ ଉପସ୍ଥାପନା କରିବା ଯୋଗୁଁ ଚିତ୍ତ ରଞ୍ଜନ ତରାସିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ତାଙ୍କୁ ଚାକିରିରୁ ବହିଷ୍କାର କରି ଗିରଫ କରିବା ପାଇଁ ଦାବୀ କରିଥିଲେ l ଏ ନେଇ ଶ୍ରୀ ତରାସିଆଙ୍କୁ ଗୃହ ବିଭାଗ ସଚିବ କାରଣ ଦର୍ଶାଅ ନୋଟିସ ଜାରୀ କରିଛନ୍ତି। ପୂର୍ବ ସରକାର ସମୟରେ ଶ୍ରୀ ତରାସିଆ ରାତି ଅଧରେ ସରକାରଙ୍କ ସହିତ ସଲାସୁତୁରା କରି ରାତ୍ରୀ ୧୧ଟା ୫୭ ମିନିଟ୍ ରେ ସୂଚନା ଦେଇ ଓଡ଼ିଶା ଅମଲା ସଂଘର ଆନ୍ଦୋଳନକୁ ବନ୍ଦ କରେଇ ଦେଇଥିଲେ ଓ ଜିଲ୍ଳା ସ୍ତରୀୟ ଅମଲା ମାନଙ୍କ ପ୍ରତି କୁଠାରଘାତ କରିଥିବା ଶ୍ରୀ ଦାଶ ଗଣମଧ୍ୟମକୁ ସୂଚନା ଦେଇଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande