
କନ୍ଧମାଳ, ୧୯ ଜୁଲାଇ (ହି.ସ.)- ଫୁଲବାଣୀ କେନ୍ଦୀୟ ବିଦ୍ୟାଳୟର ଛାତ୍ରୀ ଅନ୍ୱେଷା ମହାପାତ୍ର ନିଟ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି l ପିତା ପ୍ରଶାନ୍ତ ମହାପାତ୍ର ଓ ଜ୍ୟୋତ୍ସ୍ନା ରଥଙ୍କ ଝିଅ ଅନ୍ୱେଷା ଓ ଫୁଲବାଣୀ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଫିସରେ କାର୍ଯ୍ୟରତ ହର ପ୍ରସାଦ ମହାପାତ୍ରଙ୍କ ଝିଆରୀ ମଧ୍ୟ ଅଟନ୍ତି ସେ l ପୂର୍ବରୁ ହୋଇଥିବା ନିଟ୍ ପରୀକ୍ଷାରେ ସେ ୯ ଶହ ନମ୍ବର ରଖିଥିବା ବେଳେ ନିଟ୍ ପରୀକ୍ଷାରେ ଏଥର ୬୦୪ ନମ୍ବର ରଖିଛନ୍ତି ଅନ୍ୱେଷା l ତେବେ କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ଦ୍ବିତୀୟ ଥର ନିଟ୍ ପରୀକ୍ଷା ଯୋଗୁଁ ଛାତ୍ର ଛାତ୍ରୀ ଓ ପରିବାର କିଭଳି ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି ତାହା ଅନ୍ୱେଷାଙ୍କର ନିଟ୍ ପରୀକ୍ଷାରୁ ସ୍ପଷ୍ଟ ଜଣାପଡ଼ୁଛି l ତେବେ ସଫଳତାର ଶ୍ରେୟ ସେ ପିତାମାତା, ସମ୍ପର୍କୀୟ, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି l ଭବିଷ୍ୟତରେ ସେ ଜଣେ ଭଲ ଡାକ୍ତର ହୋଇ ରୋଗୀ ସେବାକୁ ବୃତ୍ତି ନୁହେଁ ସେବା କାର୍ଯ୍ୟ ଭାବରେ ଗ୍ରହଣ କରିବା ନେଇ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି l ଅନ୍ୱେଷା ସଫଳତା ପାଇବା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ