ବାଲିଗୁଡ଼ା ବରିଷ୍ଠ ନାଗରିକ ସଂଘର ନୂତନ ଗୃହ ପ୍ରବେଶ ଉତ୍ସବ
Office of Baliguda Senior Citizen inauguration
ଫୋଟ


କନ୍ଧମାଳ, ୧୯ ଜୁଲାଇ(ହି.ସ.) – କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବରିଷ୍ଠ ନାଗରିକ ସଂଘର ନୂତନ ଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବାଲିଗୁଡ଼ା ଉପ ଜିଲ୍ଲାପାଳ ପ୍ରଣୀତା ଦାସ, ସମ୍ମାନୀତ ଅତିଥି ଭାବେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ସଭାପତି ତଥା ବରିଷ୍ଠ ପୁରୋହିତ ଚିନ୍ତାମଣି ମିଶ୍ର, ସମ୍ପାଦକ ମନ୍ମଥ କୁମାର ରାଉଳ, ଉପଦେଷ୍ଠା ଡ଼ଃ ମଧୁସୂଦନ ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ। ସର୍ବପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତୀରେ ପୁଷ୍ପ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ଆମନ୍ତ୍ରିତ ଅତିଥିଗଣ, ଜିଲ୍ଳା ସମ୍ପାଦକ ମନ୍ମଥ କୁମାର ରାଉଳ ସଂଘର ବିବରଣୀ ପଠନ କରିଥିଲେ। ମୁଖ୍ୟ ଅତିଥି ତଥା ସମ୍ମାନୀତ ଅତିଥିଗଣ ନିଜ ବକ୍ତବ୍ୟରେ ବରିଷ୍ଠ ନାଗରିକ ନିଜକୁ ବୟସର ଅପରାହ୍ନ ନଭାବି ଶିକ୍ଷା, ସ୍ୱାସ୍ଥ୍ୟ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଆଦି ଜନ ସଚେତନତା ଭଳି ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଆଗକ୍ଷମୀ ପିଢ଼ିକୁ ଦିଗ୍ଦର୍ଶନ ଦେବାକୁ କହିଥିଲେ। ପ୍ରସାଶନ ସବୁବେଳେ ସବୁ ସମୟରେ ବରିଷ୍ଠ ନାଗରିକଙ୍କୁ ସାହଯ୍ୟ ଓ ସହଯୋଗର ହାତ ବଢ଼େଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ସଂଘର ଆବାହକ ତଥା ବରିଷ୍ଠ ସାମ୍ବାଦିକ ପ୍ରକାଶ ନାୟକ ଆମନ୍ତ୍ରିତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଅଂଚଳର ବହୁ ବରିଷ୍ଠ ନାଗରିକ ବୁଦ୍ଧିଜିବୀ ସାମ୍ବାଦିକ ଯୋଗ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande