
ଭୁବନେଶ୍ୱର , 19 ଜୁଲାଇ (ହି.ସ.) ଆଗାମୀ ପୌର ଓ ପଂଚାୟତ ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି ନିଶ୍ଚିତ ଭାବେ ଭଲ ଫଳାଫଳ କରିବ ବୋଲି ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି।
ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ, 2024 ମସିହାରେ ରାଜ୍ୟର ଲୋକମାନେ ଭାରତୀୟ ଜନତା ପାର୍ଟିକୁ ଆଶୀର୍ବାଦ କରିଥିଲେ, ଯାହାର ଫଳରେ ଦଳ ରାଜ୍ୟରେ ସରକାର ଗଠନ କରିପାରିଛି। ସରକାରଙ୍କ ଏକମାତ୍ର ଲକ୍ଷ୍ୟ ହେଉଛି ଓଡିଶାର ସର୍ବାଙ୍ଗୀନ ଉନ୍ନତି କରିବା।
ସେ ଆହୁରି କହିଛନ୍ତି ଯେ, ଗଣତନ୍ତ୍ରରେ ବିରୋଧୀ ଦଳର ଭୂମିକା ସବୁବେଳେ ରହେ। ବିଜେପି ବିରୋଧୀରେ ଥିବା ସମୟରେ ଯେପରି ଭାବେ ନିଜ ଭୂମିକା ପାଳନ କରିଥିଲା, ସେହିପରି ଏବେ ମଧ୍ୟ ଲୋକଙ୍କ ସହିତ ରହି ସେମାନଙ୍କ ପାଇଁ କାମ କରୁଛି।
ଆଗାମୀ ନିର୍ବାଚନ ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ, ଲୋକମାନଙ୍କ ସମର୍ଥନ ଓ ସରକାରଙ୍କ କାର୍ଯ୍ୟକଳାପ ଆଧାରରେ ଫଳାଫଳ ନିଶ୍ଚିତ ଭାବେ ସକାରାତ୍ମକ ହେବ।
ବିଜେପି ଆଗାମୀ ଦିନରେ ପୌର ଓ ପଂଚାୟତ ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ଲାଭ କରିବ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ