ଆନନ୍ଦ ସମୃଦ୍ଧି ବିଦ୍ୟାପୀଠ ରେ ବନ ମହୋତ୍ସବ,
Bana mohastaba at anand samrudhi school
Bana mohastaba


ଝାରସୁଗୁଡା , 19 ଜୁଲାଇ (ହି.ସ.)

ଝାରସୁଗୁଡା ସ୍ଥିତ କୁମୁଡ଼ାପାଲି ଆନନ୍ଦ ସମୃଦ୍ଧି ବିଦ୍ୟା ପୀଠରେ ବନ ମହୋତ୍ସବ ଓ ବୃକ୍ଷରୋପଣ ଅଭିଯାନ ସଫଳତାର ସହ ରବିବାର ପାଳିତ ହୋଇଯାଇଛି। ପରିବେଶ ସନ୍ତୁଳନ ଓ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋଳବିରା ବନପାଳ ରମାକାନ୍ତ ନାୟକ ଏବଂ ଶିରିଆପାଲି ବନପାଳ ବୁଧୁରାମ ରୋହିଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଅତିଥିମାନେ ବୃକ୍ଷର ଉପକାରିତା ବୁଝାଇବା ସହ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗଛ ଲଗାଇବାକୁ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀରାମ ସିଂ, ସଭାପତି ଆଚାର୍ଯ୍ୟ ଧିସୁଧାନନ୍ଦ ଅବଦୂତ ଓ ଉପ-ପ୍ରଧାନଶିକ୍ଷକ ମୁକେଶ ପଟେଲଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ମିଳିତ ଭାବେ ପରିବେଶ ସୁରକ୍ଷା ଓ ଗଛର ରକ୍ଷଣାବେକ୍ଷଣ ପାଇଁ ସଂକଳ୍ପ ନେଇଥିଲେ। ବିଦ୍ୟାଳୟ କର୍ମଚାରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande