
ଭୁବନେଶ୍ୱର, 19 ଜୁଲାଇ (ହି.ସ.) : ବିଜେପିରେ ଯୋଗଦାନ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ବିଜେଡିର ବରିଷ୍ଠ ନେତା ବିକ୍ରମ ଆରୁଖ ଏହାକୁ ସପ୍ରମାଣ ଖଣ୍ଡନ କରିଛନ୍ତି। ସେ ଏହି ସମସ୍ତ ଖବରକୁ ଗୁଜବ ଓ ଅସତ୍ୟ ବୋଲି କହିଛନ୍ତି।
ବିକ୍ରମ ଆରୁଖ ସ୍ପଷ୍ଟ କରି କହିଛନ୍ତି ଯେ, ସେ ବିଜେଡିରେ ଥିଲେ, ଅଛନ୍ତି ଓ ଆଗାମୀଦିନରେ ମଧ୍ୟ ରହିବେ। ସେ ନିଜକୁ ଦଳର ପ୍ରତିଷ୍ଠାତା ସଦସ୍ୟ ବୋଲି ଉଲ୍ଲେଖ କରି କହିଛନ୍ତି ଯେ, ଦଳ ଗଠନ ଦିନରୁ ସେ ଆନ୍ତରିକତା ସହ କାମ କରିଆସୁଛନ୍ତି।
ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସେ ବିଜେଡିର ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଅଟନ୍ତି। କିଛି ବ୍ୟକ୍ତିଗତ ଅସୁବିଧାର କାରଣରୁ ସେ ଦୁଇ-ଏକଟି ବୈଠକରେ ଯୋଗଦେଇପାରିନଥିବାକୁ ଉଲ୍ଲେଖ କରିଛନ୍ତି।
ଏହାକୁ ନେଇ ତାଙ୍କ ଦଳ ପରିବର୍ତ୍ତନ ନେଇ ଯେଉଁ ଅନୁମାନ କରାଯାଉଛି, ତାହା ସମ୍ପୂର୍ଣ୍ଣ ଅମୂଳକ ବୋଲି ସେ ସ୍ପଷ୍ଟ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ