
ଭୁବନେଶ୍ୱର, 19 ଜୁଲାଇ (ହି.ସ.) ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ପି.ଭି. ସିନ୍ଧୁ ଙ୍କୁ ଜାପାନ ଓପନ ୨୦୨୬ରେ ଐତିହାସିକ ବିଜୟ ହାସଲ କରିବାରୁ ଅଭିନନ୍ଦନ ଜଣାଇଛନ୍ତି।
ସୋସିଆଲ୍ ମିଡିଆରେ ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତାରେ କହିଛନ୍ତି ଯେ, ଏହି ଐତିହାସିକ ଟାଇଟଲ ସିନ୍ଧୁଙ୍କ ଚ୍ୟାମ୍ପିଅନ୍ ମନୋଭାବ, ସଂଯମ ଓ ଉତ୍କର୍ଷତା ପ୍ରତି ଅନବରତ ପ୍ରତିବଦ୍ଧତାର ପ୍ରତିଫଳନ। ସେ କହିଛନ୍ତି ଯେ , ଏହି ପ୍ରତିଷ୍ଠିତ ପ୍ରତିଯୋଗିତାରେ ମହିଳା ସିଙ୍ଗଲ୍ସ୍ ଶ୍ରେଣୀରେ ପ୍ରଥମ ଭାରତୀୟ ବିଜେତା ଭାବେ ସିନ୍ଧୁ ଭାରତୀୟ ବ୍ୟାଡମିଣ୍ଟନ୍ ଇତିହାସରେ ଏକ ନୂତନ ସୁବର୍ଣ୍ଣ ଅଧ୍ୟାୟ ଯୋ଼ଡିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ସିନ୍ଧୁଙ୍କ ଏହି ସଫଳତା ଦେଶର ଯୁବପିଢିକୁ ଉଚ୍ଚ ଲକ୍ଷ୍ୟ ଧ୍ୟାନରେ ରଖି ଆଗକୁ ବଢିବାକୁ ପ୍ରେରିତ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ