ଫାର୍ମାସିଷ୍ଟ ଦେଖାଇଲେ ମାନବିକତା : ଆମ୍ବୁଲାନ୍ସ ଭିତରେ ଗର୍ଭବତୀଙ୍କ ଶିଶୁ କନ୍ୟା ପ୍ରସବ
ବଲାଙ୍ଗିର, ୧୯ ଜୁଲାଇ (ହି.ସ.)- ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଭୁବନେ ପାଣ୍ଡେ ମହାନତା ଦେଖାଇ ଏକ ନବଜାତ ଶିଶୁ କନ୍ୟାର ଜୀବନ ବଞ୍ଚାଇଲେ। ରବିବାର ସ୍ଥାନୀୟ ଖଳିଆଖମାର ଗ୍ରାମରୁ ଗର୍ଭବତୀଙ୍କୁ ଆଣିବା ସମୟରେ ରାସ୍ତା
ଫାର୍ମାସିଷ୍ଟ ଦେଖାଇଲେ ମାନବିକତା ଆମ୍ବୁଲାନ୍ସ ଭିତରେ ହିଁ ଶିଶୁ ଗର୍ଭବତୀ ଙ୍କ ଶିଶୁ କନ୍ୟା ପ୍ରସବ


ବଲାଙ୍ଗିର, ୧୯ ଜୁଲାଇ (ହି.ସ.)- ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଭୁବନେ ପାଣ୍ଡେ ମହାନତା ଦେଖାଇ ଏକ ନବଜାତ ଶିଶୁ କନ୍ୟାର ଜୀବନ ବଞ୍ଚାଇଲେ। ରବିବାର ସ୍ଥାନୀୟ ଖଳିଆଖମାର ଗ୍ରାମରୁ ଗର୍ଭବତୀଙ୍କୁ ଆଣିବା ସମୟରେ ରାସ୍ତାରେ ଯିବା ବେଳେ ପ୍ରସବ ବେଦନା ବଢ଼ି ଯାଇଥିଲା । ଆମ୍ବୁଲାନ୍ସ ଭିତରେ ହିଁ ଫାର୍ମାସିଷ୍ଟ ଜଣକ ନିଜ ଅଭିଜ୍ଞତା ଓ ସାହସରେ ସୁରକ୍ଷିତ ଭାବେ ଶିଶୁ କନ୍ୟାର ପ୍ରସବ କରାଇଲେ। ମା ଓ ଝିଅ ଉଭୟ ସୁସ୍ଥ ଅଛନ୍ତି। କିଛି ମିନିଟ ଭିତରେ ମୃତ୍ୟୁ ଓ ଜୀବନର ଫରକ ଥାଏ। ସେହି ସମୟରେ ୧୦୮ ଟିମ୍ ଦେଖାଇଥିବା ତତ୍ପରତା ଓ ସେବା ଭାବନା ସତରେ ପ୍ରଶଂସନୀୟ। ଏଇ ଘଟଣା ଆମକୁ ଶିଖାଏ ଯେ ସେବା ହିଁ ସବୁଠୁ ବଡ଼ ଧର୍ମ। ଏହି ମହତ କାର୍ଯ୍ୟରେ ସହଯୋଗୀ ହେମ ସାଗର ଗିଭେଲ ଓ ଚାଳକ ବାବୁଲା ସାହୁ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande