ଚୋରି ଘଟଣାର ପର୍ଦ୍ଦାଫାଶ, ୩ ଅଭିଯୁକ୍ତ ଗିରଫ
ଚୋରି ଘଟଣାର ପର୍ଦ୍ଦାଫାଶ, ୩ ଅଭିଯୁକ୍ତ ଗିରଫ
ଚୋରି ଘଟଣାର ପର୍ଦ୍ଦାଫାଶ, ୩ ଅଭିଯୁକ୍ତ ଗିରଫ


ସମ୍ବଲପୁର,୧୯, ଜୁଲାଇ (ହି.ସ.)

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଝୁରିପଡ଼ାସ୍ଥିତ ଏମଏମଜି ଇଲେକ୍ଟ୍ରିକାଲ ଅଫିସରେ ଘଟିଥିବା ଏକ ଚୋରି ଘଟଣାର ପର୍ଦ୍ଦାଫାଶ କରି ରେଙ୍ଗାଲି ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ରେଙ୍ଗାଲି ଥାନା ମାମଲା ନଂ-୧୫୫, ତାରିଖ ୧୮ ଜୁଲାଇ ୨୦୨୬, ଧାରା ୩୩୧(୪)/୩୦୫(ଏ) ବିଏନଏସ୍ ଅନୁଯାୟୀ ମାମଲା ରୁଜୁ ହୋଇଥିଲା।ଅଭିଯୋଗକାରୀ ଦୀପ୍ତିକାନ୍ତ ପରିଡ଼ା (୩୧), ବର୍ତ୍ତମାନ ଏମଏମଜି ଇଲେକ୍ଟ୍ରିକାଲ ଅଫିସ, ଝୁରିପଡ଼ାରେ ସୁପରଭାଇଜର ଭାବେ କାର୍ଯ୍ୟରତ। ସେ ଅଭିଯୋଗ କରିଥିଲେ ଯେ, ଜୁଲାଇ ୧୭ ତାରିଖ ରାତି ପ୍ରାୟ ୧୧ଟାରେ ଦୁର୍ବୃତ୍ତମାନେ ଅଫିସର ପଛ କବାଟର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରି ବିଭିନ୍ନ ସାମଗ୍ରୀ ଚୋରି କରିଥିଲେ।

ତଦନ୍ତ ସମୟରେ ପୋଲିସ ଆକାଶ ଧୁରୁଆ (୧୯), ବିଶାଳ ପଧାନ (୨୪) ଓ ବିକାଶ କାନ୍ତ (୨୧)ଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନଙ୍କ ନିକଟରୁ ୨ଟି ମୋବାଇଲ ଫୋନ୍, ଏକ ଏସର୍ ଲାପଟପ୍ ଓ ଚାର୍ଜର, ପାୱାର ବ୍ୟାଙ୍କ, ବୋଟ୍ ସ୍ମାର୍ଟ ୱାଚ୍, ୪ଟି ଏଟିଏମ୍ କାର୍ଡ, ପ୍ୟାନ୍ କାର୍ଡ, ଆଧାର କାର୍ଡ, ୬ଟି ସ୍ମାର୍ଟ ମିଟର ସିମ୍, କେବୁଲ୍ କଟର, ସେଫ୍ଟି ବେଲ୍ଟ, ପୋଜିସନିଂ ବେଲ୍ଟ, ଏକ ଯୋଡ଼ା ସେଫ୍ଟି ଜୋତା, ପ୍ରାୟ ୫୦ ମିଟର କେବୁଲ୍ ଏବଂ ନଗଦ ୮,୫୦୦ ଟଙ୍କା ଜବତ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande