
ଭୁବନେଶ୍ୱର, 19 ଜୁଲାଇ (ହି.ସ.) କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁଙ୍କୁ ଜାପାନ ଓପେନ 2026ରେ ଐତିହାସିକ ବିଜୟ ଅର୍ଜନ କରିଥିବା ପାଇଁ ହାର୍ଦିକ ଅଭିନନ୍ଦନ ଜଣାଇଛନ୍ତି।
ସୋସିଆଲ ମିଡିଆରେ ଜାରି ଏକ ବାର୍ତାରେ ସେ କହିଛନ୍ତି ଯେ, ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ ଜାପାନ ଓପନରେ ମହିଳା ସିଙ୍ଗଲ୍ସ ଖିତାବ ଜିତିବାରେ ପ୍ରଥମ ଭାରତୀୟ ହେବା ଏକ ଅସାଧାରଣ ସଫଳତା।
ସେ ସିନ୍ଧୁଙ୍କ ଏହି ବିଜୟକୁ ବର୍ଷରୁ ବର୍ଷ ଧରି କରାଯାଇଥିବା କଠିନ ପରିଶ୍ରମ, ଶୃଙ୍ଖଳା, ଦୃଢ଼ ସଙ୍କଳ୍ପ ଏବଂ ଅବିରତ ପ୍ରୟାସର ଫଳ ବୋଲି ବର୍ଣ୍ଣନା କରିଛନ୍ତି।
ପ୍ରଧାନ କହିଛନ୍ତି ଯେ, ଏହି ଐତିହାସିକ ବିଜୟ କେବଳ ଦେଶ ପାଇଁ ଗର୍ବର କଥା ନୁହେଁ, ଯୁବ ଖେଳାଳିମାନଙ୍କ ପାଇଁ ମଧ୍ୟ ପ୍ରେରଣାର ସ୍ରୋତ ହେବ। ସେ ସିନ୍ଧୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇ କହିଛନ୍ତି ଯେ, ଆଗାମୀ ଦିନରେ ସେ ଅଧିକ ସଫଳତା ଅର୍ଜନ କରି ଦେଶର ନାମକୁ ଆହୁରି ଉଜ୍ଜ୍ୱଳ କରୁଥାନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ