
ଗଞ୍ଜାମ, ୧୯ ଜୁଲାଇ (ହି.ସ.)- ପିତଳ ଅଞ୍ଚଳ ମାଲେରିଆ, ଡେଙ୍ଗୁ ଓ ଫାଇଲେରିଆ ପ୍ରବଣ ଅଞ୍ଚଳ ରୂପେ ବେଶ୍ ପରିଚିତ। ନିୟମିତ ଡ୍ରେନ୍ ସଫା ହେଉନଥିଵାରୁ ଡ୍ରେନରେ ପଚାପାଣି ଜମି ମଶାମାଛିଙ୍କ ବଂଶ ବିସ୍ତାର ହେଉଛି। ଡ୍ରେନପାଣି ରୋଡ ଉପରେ ଭାସି ଲୋକଙ୍କ ଘର ସମ୍ମୁଖରେ ଜମି ରହିବା ଫଳରେ ଲୋକେ ଦୁର୍ଗନ୍ଧରେ ଘରେ ରହି ପାରୁନାହାନ୍ତି ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। କେତେକ ଲୋକ ଡ୍ରେନ୍ ରେ ମାଟି ପକାଇ ଅଵରୋଧ କରି ଡ୍ରେନ୍ ଉପରେ ଟ୍ରକ, କାର, ଜେସିଵି ଓ ବୁଲଡୋଜର ରଖି ଷ୍ଟାଣ୍ଡ କରିବା ଫଳରେ ଡ୍ରେନ୍ ସଫା ହୋଇ ପାରୁନାହିଁ। ତୁରନ୍ତ ପିତଳ ପଞ୍ଚାୟତ କତ୍ତୃପକ୍ଷ ଦୃଷ୍ଟି ଦେଇ ଡ୍ରେନ୍ ଉପରୁ ଯାନବାହାନ ହଟାଇ ଵଜାର ନାଳନର୍ଦ୍ଧମା ସଫା କରିଵାକୁସାଧାରଣରେ ଦାବି ହେଉଛି। ଡ୍ରେନ୍ ଉପରେ ମାଟି ପକାଇ ଯେଉଁମାନେ ଯାନବାହାନ ଷ୍ଟାଣ୍ଡ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଏବଂ ହିଞ୍ଜିଳିକାଟୁ ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଘଟଣା ସମ୍ପର୍କରେ ପିତଳ ସରପଞ୍ଚ, ଶେରଗଡ ବିଡ଼ିଓ ଓ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ