
ସମ୍ବଲପୁର, ୧୯ ଜୁଲାଇ(ହି.ସ.) – ସମ୍ବଲପୁର ଜିଲ୍ଲା ପୋଲିସ ଅନ୍ତର୍ଗତ ବୁର୍ଲା ଥାନା ପୋଲିସ ଜନୈକା ଯୁବତୀଙ୍କୁ ପିଛାକରି ଧମକ ଦେବା ଅଭିଯୋଗରେ ଅଭିଯୁକ୍ତ ଯୁବକକୁ ଗିରଫ କରି ୩୧୫/୨୬ ମାମଲାରେ କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ଗତ ଶନିବାର ରାତି ୯ଟା ବେଳେ ବୈଜାମୁଣ୍ଡା ଖାଗସିପାଲି ଗ୍ରାମର ୨୪ ବର୍ଷିୟା ଯୁବତୀ ସ୍ୱପ୍ନା ଖଡ଼ିଆ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ଦୀର୍ଘଦିନ ଧରି ବିଭିନ୍ନ ସମୟରେ କ୍ଷେତରାଜପୁର ଥାନା ଅନ୍ତର୍ଗତ କଞ୍ଜୁରି ଗ୍ରାମର ବଲରାମ କାଲୋ ତାଙ୍କୁ ପିଛା କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଧମକ ଦେଇ ଆସୁଛନ୍ତି। ହଇରାଣ କରୁଛନ୍ତି। ଯୁବତୀର ଏହି ଅଭିଯୋଗକୁ ପାଇ ଆଜି କ୍ଷେତରାଜପୁର ଥାନା ଅନ୍ତର୍ଗତ ଦୁର୍ଗାପାଲି କଞ୍ଜୁରି ଅଞ୍ଚଳରୁ ୨୬ ବର୍ଷିୟ ବଳରାମ କାଲୋକୁ ଗିରଫ କରି ଥାନାକୁ ନେଇଥିଲା। ଥାନାରେ ଘଟଣା ସମ୍ପର୍କରେ ଜେରା କରିବା ପରେ ବଳରାମ ଠାରୁ ଗୋଟିଏ ଏକ ଧଳା ସାମସଙ୍ଗ ଏ ୫୫ ମଡେଲର ୫ଜି ମୋବାଇଲ ଫୋନ୍ ଜବତ କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ