କୋଶୋଲି ବରନ ବୋଧ ପାଣ୍ଡୁଲିପିର ଉନ୍ମୋଚନ
ସୁବର୍ଣ୍ଣପୁର, ୧୯ ଜୁଲାଇ(ହି.ସ.) – ସୁବର୍ଣ୍ଣପୁର ମହାନଦୀ ଯୋଗ ବିହାର ସ୍ଥିତ ଶ୍ରୀ ଗୋପାଲଜୀ ତମଶ୍ୱା ଯୋଗାଳୟର ସାଧନା କକ୍ଷରେ ଯୋଗାଳୟର ବରିଷ୍ଠ ସଦସ୍ୟ ତଥା ଜଣେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ଯୋଗୀନ୍ଦ୍ର ପ୍ରସାଦ ପଣ୍ଡାଙ୍କର ପଂଚମ ସାରସ୍ୱତ ସୃଷ୍ଟି- କୋସଲି ବରନବୋଧ’ ପାଣ୍ଡୁଲିପିର ଏକ ଉନ୍ମୋଚନ
କୋଶୋଲି ବରନ ବୋଧ ପାଣ୍ଡୁଲିପି ର ଉନ୍ମୋଚନ


କୋଶୋଲି ବରନ ବୋଧ ପାଣ୍ଡୁଲିପି ର ଉନ୍ମୋଚନ


ସୁବର୍ଣ୍ଣପୁର, ୧୯ ଜୁଲାଇ(ହି.ସ.) – ସୁବର୍ଣ୍ଣପୁର ମହାନଦୀ ଯୋଗ ବିହାର ସ୍ଥିତ ଶ୍ରୀ ଗୋପାଲଜୀ ତମଶ୍ୱା ଯୋଗାଳୟର ସାଧନା କକ୍ଷରେ ଯୋଗାଳୟର ବରିଷ୍ଠ ସଦସ୍ୟ ତଥା ଜଣେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ଯୋଗୀନ୍ଦ୍ର ପ୍ରସାଦ ପଣ୍ଡାଙ୍କର ପଂଚମ ସାରସ୍ୱତ ସୃଷ୍ଟି- କୋସଲି ବରନବୋଧ’ ପାଣ୍ଡୁଲିପିର ଏକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଡ଼କ୍ଟର ସନ୍ତୋଷ କୁମାର ପାଢ଼ୀ, ସମ୍ମାନୀତ ଅତିଥି ଭାବରେ କବି ଆର୍ତତ୍ରାଣ ବାବୁ, କବି ଯୁଧିଷ୍ଠିର ଖମାରୀ, ଡ଼ ଦେବାଶିଷ ପାଣ୍ଡିଆ ଯୋଗଦେଇ ଲେଖକ ଶ୍ରୀ ପଣ୍ଡାଙ୍କର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହିତ କୋସଲି ବରନବୋଧ ସମଗ୍ର କୋସଲାଂଚଳ ପାଇଁ ଏକ ଅମୂଲ୍ୟ ବସ୍ତାବିଚ୍ ହେବା ସହ ଶିକ୍ଷାକ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଉପାଦେୟ ଗ୍ରନ୍ଥ ହେବ ବୋଲି ମତପ୍ରକାଶ କରିଥିଲେ। ଲେଖକ ଶ୍ରୀ ପଣ୍ଡା ପୁସ୍ତକ ରଚନାର ଆବଶ୍ୟକତା ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହିତ ପୁସ୍ତକରେ କୌଣସି ତ୍ରୁଟି ବିଚ୍ୟୁତିକୁ ଦର୍ଶାଇ ସଂଶୋଧନ ପୂର୍ବକ ନିର୍ଭୁଲ ତଥା ପରିମାର୍ଜିତ ପୁସ୍ତକ ବାହାର କରିବା ପାଇଁ ସାହାଯ୍ୟ, ପରାମର୍ଶ, ଉପଦେଶ ଯୋଗାଇ ଦେବାକୁ ଦେବାକୁ ଅତିଥି ମାନଙ୍କୁ ଅନୁରୋଧ ଜଣାଇଥିଲେ। ପାଣ୍ଡୁଲିପିକୁ ସମୀକ୍ଷା କରିଥିଲେ ଐତିହାସିକ ସୁଦାମ ନାଏକ। ଶିକ୍ଷାବିତ୍ ପ୍ରଦୀପ ପୁରୋହିତ ସଭାକୁ ସଂଯୋଜନା କରିଥିବା ବେଳେ, ଧନ୍ୟବାଦ ପ୍ରଦାନ କରିଥିଲେ କବି ଅଖୋଜ କୁମାର ଷାଣ୍ଢ। ଏହି ସାରସ୍ୱତ ସଭାରେ ଯୋଗାଳୟ ର ସମସ୍ତ ଯୋଗୀ ମାନଙ୍କ ସହିତ, ସହରର ଅନେକ ବୁଦ୍ଧିଜୀବୀ ଅଂଶଗ୍ରହଣ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande