ମହିଳାଙ୍କ ଲୁଟ୍ ସ୍କୁଟି ଉଦ୍ଧାର, ଦୁଇ ଅଭିଯୁକ୍ତ ଗିରଫ
ସମ୍ବଲପୁର, ୧୯ ଜୁଲାଇ(ହି.ସ.) – ସମ୍ବଲପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବୁର୍ଲା ଥାନା ପୋଲିସ ଏକ ସ୍କୁଟି ଲୁଟ୍ ମାମଲାର ତଦନ୍ତ କରି ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାନୁଯାୟୀ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଖଇରଝିଟିଙ୍ଗି ଗ୍ରାମର ୨୧ ବର୍ଷିୟା ଶ୍ରାବଣୀ ଭୁଏ
ମହିଳାଙ୍କ ଲୁଟ୍ ସ୍କୁଟି ଉଦ୍ଧାର, ଦୁଇ ଅଭିଯୁକ୍ତ ଗିରଫ


ସମ୍ବଲପୁର, ୧୯ ଜୁଲାଇ(ହି.ସ.) – ସମ୍ବଲପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବୁର୍ଲା ଥାନା ପୋଲିସ ଏକ ସ୍କୁଟି ଲୁଟ୍ ମାମଲାର ତଦନ୍ତ କରି ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାନୁଯାୟୀ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଖଇରଝିଟିଙ୍ଗି ଗ୍ରାମର ୨୧ ବର୍ଷିୟା ଶ୍ରାବଣୀ ଭୁଏ ନାମ୍ନୀ ଯୁବତୀ ଗତ ୧୩ ଜୁଲାଇ ୧୩ ତାରିଖ ଦିନ ୧୧ଟା ସମୟରେ ସିକିର୍ଡି ଗ୍ରାମକୁ ସରକାରୀ କାମରେ ନିଜ ଆକ୍ଟିଭା ନମ୍ବର ଓଡି ୧୫ ଏବି ୩୦୦୦ରେ ଯୋଗେ ଯାଇଥିଲେ। କାମ ସାରି ଫେରିବା ବେଳେ ସିକିର୍ଡି ଗ୍ରାମ ନିକଟରେ ଓଡି ୧୫ ଏ ୬୮୪୮ ନମ୍ବରର ଏକ ଧଳା ହ୍ୟୁଣ୍ଡାଇ ଆଇ ଟେନ୍ କାରରେ ହେମନ୍ତ ମେହେର ଓ ତାଙ୍କ ସହଯୋଗୀ ତାଙ୍କୁ ଅଟକାଇ ଥିଲେ। ପରେ ତାଙ୍କ ଆକ୍ଟିଭାକୁ ଛଡ଼ାଇ ନେବା ସହ ତାଙ୍କୁ ଜବରଦସ୍ତି କାରରେ ବସାଇ ନେଇଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗର ତଦନ୍ତ କରି ପୋଲିସ ଅଭିଯୁକ୍ତ ହେମନ୍ତ ମେହେର ଓ ତା' ସହଯୋଗୀ ୧୯ ବର୍ଷିୟ ଧରଣୀ କାଠିଆକୁ ଗିରଫ କରିଥିଲା। ଉଭୟ ଅଭିଯୁକ୍ତ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ରୁସୁଡ଼ା ଗ୍ରାମର ହୋଇଥିବା ବେଳେ ସେମାନଙ୍କ ନିକଟରୁ ଲୁଟ୍ ଆକ୍ଟିଭା ସ୍କୁଟି ଏବଂ ଘଟଣାରେ ବ୍ୟବହୃତ ଆଇ ଟେନ୍ ହୁଣ୍ଡାଇ କାରକୁ ଜବତ କରିଛି। ଆଜି ପୋଲିସ ୩୦୮/୨୬ ନମ୍ବର ମାମଲାରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande