


ବଲାଙ୍ଗୀର, ୧୯ ଜୁଲାଇ(ହି.ସ.) – ବଲାଙ୍ଗୀର ଜିଲ୍ଲା ଓବିସି ମଂଚ ବଲାଙ୍ଗୀର ପକ୍ଷରୁ ରବିବାର ଲୋଇସିଙ୍ଗା ବ୍ଲକ ନିକଟ ପରେ ରାଜ୍ୟ ଓବିସି ମଂଚ ସଭାପତି ଶଙ୍କର ପାତ୍ରଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋଇସିଙ୍ଗା, ଆଗଲପୁର ଓ ପୁଇନ୍ତଲା ବ୍ଲକର ଶତାଧିକ ଓବିସି କର୍ମୀ ଏଥିରେ ଯୋଗ ଦେଇଥିଲେ।
ବୈଠକରେ ମଣ୍ଡଳ କମିଶନର ବାକି ଥିବା ସୁପାରିଶ, ଓବିସିଙ୍କ ସାମ୍ବିଧାନିକ ହକ୍ ଓ ଆସନ୍ତା ନିର୍ବାଚନରେ ଓବିସିଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା।
ଜିଲ୍ଲା ସଂଯୋଜକ ସରୋଜ କୁମାର ମେଶ୍ୱା କହିଲେ, ୫୨% ଜନସଂଖ୍ୟା ଥିବାକୁ ଦେଶରେ ମାତ୍ର ୨୭% ସଂରକ୍ଷଣ ମିଳୁଛି। ଓଡ଼ିଶାରେ ରାଜ୍ୟ ଚାକିରି ଓ ରାଜନୈତିକ କ୍ଷେତ୍ରରେ ସଂରକ୍ଷଣ ଶୂନ। ଏହା ସମ୍ବିଧାନ ବିରୋଧୀ।
ବୈଠକର ୪ ଦଫା ଦାବି:
୧. ତୁରନ୍ତ ଜାତିଗତ ଜନଗଣନା କରାଯାଉ।
୨. ଓଡ଼ିଶାରେ ପାଇଁ ୨୭% ରାଜ୍ୟ ଚାକିରି ଓ ସ୍ଥାନୀୟ ନିର୍ବାଚନରେ ସଂରକ୍ଷଣ ଲାଗୁ ହେଉ।
୩. ପଦୋନ୍ନତି, ଶିକ୍ଷା ଓ ବେସରକାରୀ କ୍ଷେତ୍ରରେ ୨୭% ସଂରକ୍ଷଣ ସମେତ ମଣ୍ଡଳ କମିଶନର ସମସ୍ତ ସୁପାରିଶ କାର୍ଯ୍ୟାନ୍ୱୟନ ହେଉ।
୪. ରାଜ୍ୟରେ କୋଟା ୧୧.୨୫% ରୁ ୨୭% କୁ ବୃଦ୍ଧି କରାଯାଉ।
ଜିଲ୍ଲା ସମ୍ପାଦକ ପ୍ରଦେଶୀ ବିଶ୍ୱାଳ ଓବିସି ସମାଜକୁ ସଙ୍ଗଠିତ ହୋଇ ଆନ୍ଦୋଳନ ତୀବ୍ର କରିବାକୁ ଆହ୍ୱାନ କରିଥିଲେ। ବୈଠକରେ କୃପାସିନ୍ଧୁ ଖମାରୀ, ପଂଚୁ ସା, ଗୋପାଳ ସାହୁ, ପୁର୍ଣ୍ଣଚନ୍ଦ୍ର ସାହୁ, ହୃଷିକେଶ ଭୋଇ, ଆନନ୍ଦ ପଧାନ, ସଦାଶିବ ସା, ଆନନ୍ଦ ଚନ୍ଦ୍ର ସାହୁ, ବନମାଳୀ ଖମାରୀ, ସୁମନ୍ତ ମେହେର, ଆନନ୍ଦ ଚନ୍ଦ୍ର ପ୍ରଧାନ, ବିଚିତ୍ରାନନ୍ଦ ପାତ୍ର, ଦିବ୍ୟ ଅନ୍ୱେଷ ଭୋଇ, ରାଜୁ ମାହାର, ନବିନ ଚନ୍ଦନ, ବୁଦ୍ଧଦେବ ଡାଙ୍ଗ, ସୁରେନ୍ଦ୍ର ମହାକୁର, ସିତାରାମ ପ୍ରଧାନ, ଅନନ୍ତ କୁମାର ସାହୁ, କୈଳାସ ଚନ୍ଦ୍ର ସାହୁ, ମନୋଜ ପ୍ରଧାନ, ମନମୋହନ ପଟେଲ, ଟଙ୍କଧର ଦାସ, ମଧୁସୂଦନ ଖେତି, ଯୁଧିଷ୍ଠିର ପ୍ରଧାନ, ଦିଲିପ କୁମାର ବାରିକ, ନିରଞ୍ଜନ କର୍ମୀ, ରବି ଚନ୍ଦ୍ର ବସ୍ତିଆ, ସୁଧିର କୁମାର ଡାଙ୍ଗ ତଥା ଜିଲ୍ଲାର ଅନେକ ବରିଷ୍ଠ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ