
ଭୁବନେଶ୍ୱର, ୧୯ ଜୁଲାଇ (ହି.ସ.)- ଚଳିତ ମୌସୁମୀରେ ଜୁନ୍ ୧ ତାରିଖ ଠାରୁ ଜୁଲାଇ ୧୯ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୪୬୩.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ରାଜ୍ୟରେ ସ୍ୱାଭାବିକ୍ ବୃଷ୍ଟିପାତ ଠାରୁ ୧୪ ପ୍ରତିଶତ ଅଧିକ ରହିଛି । ଏହି ଅବଧି ମଧ୍ୟରେ ରାଜ୍ୟରେ ସ୍ୱାଭାବିକ୍ ବୃଷ୍ଟିପାତ ୪୦୫.୫ ମି.ମି. ରହିଥାଏ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ