
ଭୁବନେଶ୍ୱର, ୧୯ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୪ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ନୟାଗଡ଼ ଜିଲ୍ଲାର ଭାପୁରରେ ସର୍ବାଧିକ ୯୮.୩ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାରେ ୮୪.୦, ବରଗଡ଼ ଜିଲ୍ଲାର ପଦମପୁରରେ ୮୨.୦, ପାଇକମାଳରେ ୭୮.୦, ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ୬୦.୦, ପୁରୀ ଜିଲ୍ଲାର ବ୍ରହ୍ମଗିରିରେ ୫୫.୦, ନୂଆପଡା ଜିଲ୍ଲାର ନୂଆପଡାରେ ୫୩.୦, କଟକ ଜିଲ୍ଲାର ତିଗିରିଆରେ ୪୩.୦, ବଲାଙ୍ଗିର ଜିଲ୍ଲାର ଦେଓଗାଁରେ ୪୦.୦, ବରଗଡ଼ ଜିଲ୍ଲାର ବରପାଲିରେ ୩୬.୦, କଟକ ଜିଲ୍ଲାର ବାଙ୍କୀରେ ୩୫.୦, ପୁରୀ ଜିଲ୍ଲାର ସତ୍ୟବାଦୀରେ ୩୫.୦ ଏବଂ ବରଗଡ଼ ଜିଲ୍ଲାର ଝାରବନ୍ଧରେ ୩୪.୦ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ