ପ୍ରଫୁଲ୍ଲ ସାମଲଙ୍କ ଆଶୁ ଆରୋଗ୍ୟ କାମନାରେ ଖାନକା ସରିଫ୍ରେ ସାମୂହିକ ପ୍ରାର୍ଥନା
ଭଦ୍ରକ, ୧୯ ଜୁଲାଇ (ହି.ସ.) - ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ପ୍ରଫୁଲ୍ଲ ସାମଲଙ୍କ ଆଶୁ ଆରୋଗ୍ୟ କାମନା କରି ରବିବାର ଭଦ୍ରକ ପୌରାଂଚଳର ସରକାର ନଗରସ୍ଥିତ ଖାନକା ସରିଫ୍ରେ ଅବସ୍ଥିତ ଛୋଟେ ସରକାର ଜୀ ଓ ବଡେ ସରକାର ଜୀଙ୍କ ପବିତ୍ର ମଜାରରେ ସ
PRAFULLA SAMAL ASU AROGYA KHANKA RE PRATHANA


ଭଦ୍ରକ, ୧୯ ଜୁଲାଇ (ହି.ସ.) - ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ପ୍ରଫୁଲ୍ଲ ସାମଲଙ୍କ ଆଶୁ ଆରୋଗ୍ୟ କାମନା କରି ରବିବାର ଭଦ୍ରକ ପୌରାଂଚଳର ସରକାର ନଗରସ୍ଥିତ ଖାନକା ସରିଫ୍ରେ ଅବସ୍ଥିତ ଛୋଟେ ସରକାର ଜୀ ଓ ବଡେ ସରକାର ଜୀଙ୍କ ପବିତ୍ର ମଜାରରେ ସାମୂହିକ ପୂଜା-ଅର୍ଚ୍ଚନା ଓ ପ୍ରାର୍ଥନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଜେଡ଼ି ଭଦ୍ରକ ଟାଉନ୍ ସଭାପତି ଏମ୍.ଡି. ଜକାଉଲ୍ଲାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନେତୃବୃନ୍ଦ ଓ କର୍ମୀମାନେ ମଜାରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରୀ ସାମଲଙ୍କ ଶୀଘ୍ର ସୁସ୍ଥତା, ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରି ସାମୂହିକ ପ୍ରାର୍ଥନା କରିଥିଲେ। ଏହି ଅବସରରେ ବିଜେଡ଼ି ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ଦିଲ୍ଲୀପ ନାୟକ, ଆୟୁବ ଖାନ, ପଙ୍କଜ ବଳ, ରଘୁନାଥ ପଣ୍ଡା, ସୟେଦ ନାସର ଅଲ୍ଲୀ, ମେହେବୁବ ଖାନ, ସାହୀଦ ଖାନ, ବିକାଶ ଶ୍ରେଷ୍ଠା, ସୁବ୍ରତ କୁମାର ଦାସ, ଇମତିୟାଜ୍ କମାଲ ଖାନ, ସାଜିଦ୍ ହବିବ, ନାସିରୁଦ୍ଧିନ ଖାନ, ଜୀକୁ ଶେଖ୍, ଅବଦୁଲ୍ ହାମିଦ୍, ସେକ ଫାରୁକ୍, ସେକ ଗୋଲାମ୍ ଗୌସ, ସେକ ହାସିମ୍, ସାହେବୁର ଖାନ୍, ସେକ ଜୁଲୋ, ସମାଜସେବୀ କାଳିଆ ଭାଇଙ୍କ ସମେତ ବହୁ ବରିଷ୍ଠ ଓ ଯୁବ ନେତୃବୃନ୍ଦ, କର୍ମୀ ଏବଂ ସ୍ଥାନୀୟ ଗ୍ରାମବାସୀ ଯୋଗଦେଇଥିଲେ। ଉପସ୍ଥିତ ସମସ୍ତେ ଶ୍ରୀ ସାମଲଙ୍କ ଆଶୁ ଆରୋଗ୍ୟ ପାଇଁ ସର୍ବଶକ୍ତିମାନଙ୍କ ନିକଟରେ ପ୍ରାର୍ଥନା କରିବା ସହ ସେ ଅତିଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପୁନର୍ବାର ଜନସେବା କାର୍ଯ୍ୟରେ ସକ୍ରିୟ ଭାବେ ଯୋଗଦେବେ ବୋଲି ଆଶାବ୍ୟକ୍ତ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande