
ଭୁବନେଶ୍ୱର , 19 ଜୁଲାଇ (ହି.ସ.) ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳନେତା ନବୀନ ପଟ୍ଟନାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡାଙ୍କ ଧର୍ମପତ୍ନୀ ଚେନ୍ନାମ୍ମାଙ୍କ ଦେହାନ୍ତ ଖବର ଶୁଣି ଗଭୀର ଶୋକ ପ୍ରକାଶ କରିଛନ୍ତି।
ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି ଯେ, ଏହି ଖବର ବିଷୟରେ ଜାଣିବା ପରେ ସେ ଗଭୀର ଭାବେ ଦୁଃଖୀ । ଶୋକାକୁଳ ପରିବାର ଙ୍କ ପ୍ରତି ସେ ଗଭୀର ସମବେଦନା ଜଣାଇଥିବା ସହ ଏହି ଦୁଃଖର ସମୟରେ ସମସ୍ତଙ୍କ ପାଇଁ ତାଙ୍କ ଓ ପ୍ରାର୍ଥନା ରହିଛି ବୋଲି ଉଲ୍ଲେଖ କରିଛନ୍ତି।
ନବୀନ ପଟ୍ଟନାୟକ ମୃତକାଙ୍କ ଆତ୍ମାର ଶାନ୍ତି କାମନା କରିଥିବା ସହ ପରିବାରକୁ ଏହି କ୍ଷତି ସହିବା ପାଇଁ ଶକ୍ତି ଦେବାକୁ ପ୍ରାର୍ଥନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ