ପ୍ଲାଂଟ ଫର ଲାଇଫ୍ ଅଭିଯାନରେ ସାମିଲ ହେଲେ ଶତାଧିକ ଅଂଶଗ୍ରହଣକାରୀ
କେନ୍ଦୁଝର, ୧୯ ଜୁଲାଇ(ହି.ସ.) – ରୋଟାରୀ କ୍ଲବ୍ ଅଫ୍ କେନ୍ଦୁଝରଗଡ଼ ପକ୍ଷରୁ ଆୟୋଜିତ ‘ପ୍ଲାଣ୍ଟ ଫର ଲାଇଫ୍’ ସାଇକ୍ଲୋଥନ ସହରବାସୀଙ୍କ ମଧ୍ୟରେ ପରିବେଶ ସୁରକ୍ଷାର ବାର୍ତା ପହଂଚାଇଥିଲା। କେନ୍ଦୁଝର ଡିଏଫଓ ଏଚ୍.ଡି ଧନରାଜ୍ଙ୍କ ଉପସ୍ଥିତି ସହ ଡି.ଡି. ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ସଞ୍ଜୟ ପାତ୍ର, ରୋଟାର
Plant for plants


କେନ୍ଦୁଝର, ୧୯ ଜୁଲାଇ(ହି.ସ.) – ରୋଟାରୀ କ୍ଲବ୍ ଅଫ୍ କେନ୍ଦୁଝରଗଡ଼ ପକ୍ଷରୁ ଆୟୋଜିତ ‘ପ୍ଲାଣ୍ଟ ଫର ଲାଇଫ୍’ ସାଇକ୍ଲୋଥନ ସହରବାସୀଙ୍କ ମଧ୍ୟରେ ପରିବେଶ ସୁରକ୍ଷାର ବାର୍ତା ପହଂଚାଇଥିଲା। କେନ୍ଦୁଝର ଡିଏଫଓ ଏଚ୍.ଡି ଧନରାଜ୍ଙ୍କ ଉପସ୍ଥିତି ସହ ଡି.ଡି. ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ସଞ୍ଜୟ ପାତ୍ର, ରୋଟାରୀ କ୍ଲବ୍ ସଭାପତି ଶ୍ରୀମତୀ ନିରୁପମା ସ୍ୱାଇଁ, ସମ୍ପାଦିକା ଡା. ମମତାରାଣୀ ଜେନା, ଇନରୱିଲ୍ କ୍ଲବ୍ ସଭାପତି ଶ୍ରୀମତୀ ଶର୍ବାଣୀ ମହାପାତ୍ର ଓ ସମ୍ପାଦିକା ଶ୍ରୀମତୀ ମିନତି ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଇନରୱିଲ୍ କ୍ଲବ୍ ସଦସ୍ୟମାନଙ୍କ ସକ୍ରିୟ ଅଂଶଗ୍ରହଣ ରାଲିକୁ ଆକର୍ଷଣୀୟ କରିଥିଲା। ରାଲିର ସୁଚାରୁ ପରିଚାଳନାରେ କେନ୍ଦୁଝର ପୋଲିସର ଭୂମିକା ପ୍ରଶଂସନୀୟ ରହିଥିଲା। ବର୍ଷା ଋତୁ ସାରା ବୃକ୍ଷରୋପଣ ଓ ପରିବେଶ ସଚେତନତା ଅଭିଯାନ ଜାରି ରଖିବାକୁ ରୋଟାରୀ କ୍ଲବ୍ ସଂକଳ୍ପବଦ୍ଧ ବୋଲି ସଦସ୍ୟମାନେ ପ୍ରକାଶ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande