
ଭୁବନେଶ୍ୱର, 19 ଜୁଲାଇ (ହି.ସ.) ଓଡ଼ିଶା ପୋଲିସର ଡିଜିପି ୱାଇ ବି ଖୁରାନିଆ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ରବିବାର ଦିନ ରଥଯାତ୍ରା 2026 ଅବସରରେ ଗୁଣ୍ଡିଚା ମନ୍ଦିରରେ ସୁରକ୍ଷା, ଯାତାୟାତ ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ।
ଡିଜିପିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଆଇଜିପି (ସିଆର୍) ମନ୍ଦିର ପରିସରକୁ ପରିଦର୍ଶନ କରି ଚାଲୁଥିବା ବ୍ୟବସ୍ଥାର ନିରୀକ୍ଷଣ କରିଥିଲେ। ସେମାନେ କ୍ଷେତ୍ରସ୍ତରର କର୍ମଚାରୀଙ୍କ ସହ ଆଲୋଚନା କରି ବିଭିନ୍ନ ଏଜେନ୍ସିମାନଙ୍କ ମଧ୍ୟରେ ସମନ୍ୱୟକୁ ସୁନିଶ୍ଚିତ କରିଥିଲେ।
ରଥଯାତ୍ରା ସମୟରେ ସମସ୍ତ ନିୟମିତ ଆଚାର-ଉତ୍ସବ ସୁରକ୍ଷିତ, ସୁଚାରୁ ଓ ଶୃଙ୍ଖଳାବଦ୍ଧ ଭାବେ ସମ୍ପନ୍ନ ହେବା ସହିତ ପ୍ରତ୍ୟେକ ଭକ୍ତଙ୍କ ପାଇଁ ସହଜ ଓ ସୁବିଧାଜନକ ଦର୍ଶନ ବ୍ୟବସ୍ଥା ନିଶ୍ଚିତ କରିବାକୁ ପୋଲିସ ପକ୍ଷରୁ ସମସ୍ତ ପ୍ରୟାସ ଜାରି ରହିଛି ବୋଲି ଓଡିଶା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ