ପ୍ରେମିକାଙ୍କୁ ହତ୍ୟା କରି ମୃତଦେହ ଫିଙ୍ଗିଦେଲା ପ୍ରେମିକ, ୩ ଗିରଫ
ପ୍ରେମିକାଙ୍କୁ ହତ୍ୟା କରି ମୃତଦେହ ଫିଙ୍ଗିଦେଲା ପ୍ରେମିକ, ୩ ଗିରଫ
ପ୍ରେମିକାଙ୍କୁ ହତ୍ୟା କରି ମୃତଦେହ ଫିଙ୍ଗିଦେଲା ପ୍ରେମିକ, ୩ ଗିରଫ


ପ୍ରେମିକାଙ୍କୁ ହତ୍ୟା କରି ମୃତଦେହ ଫିଙ୍ଗିଦେଲା ପ୍ରେମିକ, ୩ ଗିରଫ


ପ୍ରେମିକାଙ୍କୁ ହତ୍ୟା କରି ମୃତଦେହ ଫିଙ୍ଗିଦେଲା ପ୍ରେମିକ, ୩ ଗିରଫ


ପ୍ରେମିକାଙ୍କୁ ହତ୍ୟା କରି ମୃତଦେହ ଫିଙ୍ଗିଦେଲା ପ୍ରେମିକ, ୩ ଗିରଫ


ସମ୍ବଲପୁର, ୧୯, ଜୁଲାଇ (ହି.ସ.)

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ପୋଲିସ ଜଣେ ଯୁବତୀଙ୍କ ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ କରି ମୁଖ୍ୟ ଅଭିଯୁକ୍ତ ସହ ୩ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ କୁଚିଣ୍ଡା ଥାନା କେସ୍ ନଂ-୧୫୧, ତାରିଖ ୧୮.୦୭.୨୦୨୬ ଅନୁଯାୟୀ ବିଏନଏସ୍ର ଧାରା ୧୪୦(୧), ୧୦୩(୧), ୨୩୮ ଏବଂ ୩(୫)ରେ ମାମଲା ରୁଜୁ କରାଯାଇଛି।

ମୃତକ ହେଲେ ମହୁଲପାଲି ଥାନା ଅନ୍ତର୍ଗତ କୁସୁମି ମହୁଲଗୁଡ଼ା ଗ୍ରାମର ସରିତା ସା (୨୪)। ତାଙ୍କ ବାପା ମନୋଜ ସା ଅଭିଯୋଗ କରିଥିଲେ ଯେ, କୁଚିଣ୍ଡାର ଏକ ବ୍ୟୁଟି ପାର୍ଲରରେ କାମ କରୁଥିବା ତାଙ୍କ ଝିଅଙ୍କୁ ଦିବ୍ୟଲୋଚନ ପ୍ରୁସେଠ ଓରଫ ଅନିଲ ପ୍ରୁସେଠ ଅପହରଣ କରି ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହ ଲୁଚାଇ ଦେଇଥିଲେ।

ତଦନ୍ତରୁ ଜଣାପଡ଼ିଛି ଯେ, ସରିତା ଗତ ୮ ମାସ ଧରି କୁଚିଣ୍ଡାର ଘୁଷା ରୋଡ଼ ସ୍ଥିତ ଏକ ବ୍ୟୁଟି ପାର୍ଲରରେ କାମ କରୁଥିଲେ। ପେଶାରେ ପ୍ଲମ୍ବର ଦିବ୍ୟଲୋଚନଙ୍କ ସହ ତାଙ୍କର ପ୍ରାୟ ଦୁଇ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ବିବାହର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପରେ ସେ ଏହାକୁ ଏଡ଼ାଇ ଆସୁଥିଲେ। ସରିତା ବିବାହ ପାଇଁ ଚାପ ପକାଇବାରୁ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ।

୧୬ ଜୁଲାଇ ସନ୍ଧ୍ୟା ପ୍ରାୟ ୭ଟା ୫୦ ମିନିଟ୍ରେ ଦିବ୍ୟଲୋଚନ ତାଙ୍କର ଦୁଇ ସହଯୋଗୀ ଅଶୋକ କିଶାନ ଓ ସୁଭିତ ମକରଙ୍କ ସହ ଏକ ବୋଲେରୋ ଗାଡ଼ି (ଓଡି-୧୫ଏଫ-୮୦୨୧)ରେ ସରିତାଙ୍କୁ ନେଇ ଜାମନକିରା ଅଭିମୁଖେ ଯାଇଥିଲେ। ରାସ୍ତାରେ ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଦିବ୍ୟଲୋଚନ ସରିତାଙ୍କ ଓଢ଼ଣୀରେ ତାଙ୍କୁ ଶ୍ୱାସରୋଧ କରି ହତ୍ୟା କରିଥିଲେ।

ପରେ ବଡ଼ରାମା ଘାଟି ନିକଟରେ ଗାଡ଼ି ଅଟକାଇ ମୃତଦେହକୁ ରାସ୍ତା କଡ଼ର ଜଙ୍ଗଲରେ ଫିଙ୍ଗି ଦେଇଥିଲେ। କିଛି ଦୂର ଯିବା ପରେ ହତ୍ୟାରେ ବ୍ୟବହୃତ ଓଢ଼ଣୀକୁ ମଧ୍ୟ ଜଙ୍ଗଲରେ ଫିଙ୍ଗି ଦେଇଥିଲେ।

ମୃତଦେହର ବ୍ୟବଚ୍ଛେଦ କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ କରାଯାଇଥିବା ବେଳେ ଡିଏଫଏସଏଲ୍ ସମ୍ବଲପୁର ପକ୍ଷରୁ ବୈଜ୍ଞାନିକ ତଦନ୍ତ କରାଯାଇଛି। ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଦିବ୍ୟଲୋଚନ ପ୍ରୁସେଠ ଓରଫ ଅନିଲ ପ୍ରୁସେଠ (୨୭), ଅଶୋକ କିଶାନ (୩୦) ଓ ସୁଭିତ ମକର (୨୦)।

ପୁଲିସ ଅଭିଯୁକ୍ତଙ୍କଠାରୁ ହତ୍ୟାରେ ବ୍ୟବହୃତ ବୋଲେରୋ ଗାଡ଼ି, ଏକ ଧଳା ରଙ୍ଗର ଓଢ଼ଣୀ, ଏକ ଭିଭୋ ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ ଜୈବିକ ନମୁନା ଜବତ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande