
ଜୟପୁର, ୧୯ ଜୁଲାଇ (ହି.ସ.)- ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିୱା ପକ୍ଷରୁ ଚାଲିଥିବା ବୃକ୍ଷରୋପଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଘୋଷରଡା ଗ୍ରାମରେ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଜାମୁ, ବୋର, ନିମ୍ବ, ସୀତାଫଳ, ଚାକୁଣ୍ଡା, କୃଷ୍ଣଚୁଡ଼ା, ବିଷ୍ଣୁଚୁଡ଼ା, ପଣସ, ଅଁଳା ଓ ବାହାଡ଼ା ମୋଟ ୧୨୦ଟି ଚାରା ରୋପଣ କରାଯାଇଥିଲା।ସିୱାର ସମ୍ପାଦକ ପ୍ରତାପ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ ଶେଖର, ଆନନ୍ଦ ମୁନ୍ଦ୍ରା, କେ. ମୋହନ ରାଓ, ରମେଶ ପଟ୍ଟନାୟକ ଓ ପ୍ରଦୀପ୍ତ ସାହୁ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।ଜୟପୁର ସିଟି ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟର ଶିକ୍ଷୟିତ୍ରୀ ଏ. ସୁଜାତା ଏବଂ ଜି. କାବ୍ୟାଞ୍ଜଳି ମଧ୍ୟ ଉତ୍ସାହର ସହ ବୃକ୍ଷରୋପଣରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ବୃକ୍ଷରୋପଣ ସହ ରୋପଣ କରାଯାଇଥିବା ଚାରାଗୁଡ଼ିକର ଯତ୍ନ ନେବା ଏବଂ ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ଆହ୍ୱାନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି