ଚମ୍ପୁଆ ଏନଏସି ଅଞ୍ଚଳରେ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ଛାତ ଗ୍ରିଡିଂ ଗୋଟିଏ ବର୍ଷାରେ ଧୋଇଗଲା : ସିମେଣ୍ଟ ଗାୟବ, ବାଲି-ଗେଟି ପଦାରେ
ଚମ୍ପୁଆ, ୧୯ ଜୁଲାଇ (ହି.ସ.)- କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏନଏସି ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ନାମରେ ବ୍ୟାପକ ଦୁର୍ନୀତି ଏବଂ ସରକାରୀ ଅନୁଦାନର ହରିଲୁଟ ହେଉଥିବା ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। କେନ୍ଦ୍ର ଓ ରାଜ୍ୟ ସରକାର ସହରାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କାର ପାଣ୍ଠି ଯୋଗାଇ ଦେଉଥିବା
ଚମ୍ପୁଆ ଏନଏସି ଅଞ୍ଚଳରେ ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ଛାତ ଗ୍ରିଡିଂ ଗୋଟିଏ ବର୍ଷାରେ ଧୋଇଗଲା : ସିମେଣ୍ଟ ଗାୟବ, ବାଲି-ଗେଟି ପଦାରେ


ଚମ୍ପୁଆ, ୧୯ ଜୁଲାଇ (ହି.ସ.)- କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏନଏସି ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ନାମରେ ବ୍ୟାପକ ଦୁର୍ନୀତି ଏବଂ ସରକାରୀ ଅନୁଦାନର ହରିଲୁଟ ହେଉଥିବା ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। କେନ୍ଦ୍ର ଓ ରାଜ୍ୟ ସରକାର ସହରାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କାର ପାଣ୍ଠି ଯୋଗାଇ ଦେଉଥିବା ବେଳେ, ସ୍ଥାନୀୟ ଏନଏସି କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଏହି ଅର୍ଥ ପାଣିରେ ପଡ଼ୁଥିବା ଦେଖିବାକୁ ମିଳିଛି।

ଖବର ଅନୁସାରେ, ଚମ୍ପୁଆ ବଜାର ଗାନ୍ଧୀ ଛକରେ ଥିବା ପ୍ରସିଦ୍ଧ ‘ମହାବୀର ମାର୍କେଟ କମ୍ପ୍ଲେକ୍ସ’ର ଛାତ ଗ୍ରିଡିଂ କାର୍ଯ୍ୟ ଗତ ସପ୍ତାହରେ ଏନଏସି ପକ୍ଷରୁ କରାଯାଇଥିଲା। କିନ୍ତୁ ନିମ୍ନମାନର ସାମଗ୍ରୀ ବ୍ୟବହାର ଯୋଗୁଁ ମାତ୍ର ଗୋଟିଏ ବର୍ଷାରେ ଏହି ସିମେଣ୍ଟ ଧୋଇଯାଇଛି। ବର୍ତ୍ତମାନ ଛାତ ଉପରୁ ସିମେଣ୍ଟ ସମ୍ପୂର୍ଣ୍ଣ ଛାଡ଼ି ଯାଇଥିବା ବେଳେ କେବଳ ଗେଟି ଓ ବାଲି ଦୃଶ୍ୟମାନ ହେଉଛି।

ସ୍ଥାନୀୟ ବ୍ୟବସାୟୀଙ୍କ କହିବା ଅନୁଯାୟୀ, କାମ ଚାଲିଥିବା ସମୟରେ ହିଁ ସିମେଣ୍ଟ, ବାଲି ଓ ଗେଟିର ଭାଗମାପରେ ବ୍ୟାପକ ଚଞ୍ଚକତା କରାଯାଉଥିଲା। ଏ ସମ୍ପର୍କରେ ବ୍ୟବସାୟୀମାନେ ପୂର୍ବରୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଅଧିକାରୀମାନେ କାର୍ଯ୍ୟର ତଦାରଖ ନକରି ଠିକାଦାରଙ୍କୁ ମନମୁଖୀ କାମ କରିବାକୁ ଛାଡ଼ି ଦେଇଥିଲେ, ଯାହାର ପରିଣାମ ସ୍ୱରୂପ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande