ଜେଏସ୍ଏମ୍ କଲେଜ ଅଫ୍ କମର୍ସରେ ଷଷ୍ଠ ତମ ଗ୍ରାଜୁଏସନ୍ ଦିବସ ପାଳିତ
ବଲାଙ୍ଗୀର, ୧୮ ଜୁଲାଇ(ହି.ସ.) –ଆଜି ସ୍ଥାନୀୟ ଜେଏସ୍ଏମ୍ କଲେଜ ଆଫ୍ ଆର୍ଟସ, ସାଇନ୍ସ ଆଣ୍ଡ କମର୍ସ ତରଫରୁ କଲେଜ ପରିସରରେ ଷଷ୍ଠ ଗ୍ରାଜୁଏସନ୍ ସେରିମୋନି ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଏସିଷ୍ଟାଂଟ ପ୍ରଫେସର ଡ.ଜଗଜିତ କମିଲା ଯୋଗଦେଇ ନିଜ ବକ୍
ଜେଏସ୍ ଏମ କଲେଜ ଅଫ୍ କମର୍ସରେ ଷଷ୍ଠ ତମ ଗ୍ରାଜୁଏସନ୍ ଦିବସ ପାଳିତ


ଜେଏସ୍ ଏମ କଲେଜ ଅଫ୍ କମର୍ସରେ ଷଷ୍ଠ ତମ ଗ୍ରାଜୁଏସନ୍ ଦିବସ ପାଳିତ


ଜେଏସ୍ ଏମ କଲେଜ ଅଫ୍ କମର୍ସରେ ଷଷ୍ଠ ତମ ଗ୍ରାଜୁଏସନ୍ ଦିବସ ପାଳିତ


ଜେଏସ୍ ଏମ କଲେଜ ଅଫ୍ କମର୍ସରେ ଷଷ୍ଠ ତମ ଗ୍ରାଜୁଏସନ୍ ଦିବସ ପାଳିତ


ଜେଏସ୍ ଏମ କଲେଜ ଅଫ୍ କମର୍ସରେ ଷଷ୍ଠ ତମ ଗ୍ରାଜୁଏସନ୍ ଦିବସ ପାଳିତ


ବଲାଙ୍ଗୀର, ୧୮ ଜୁଲାଇ(ହି.ସ.) –ଆଜି ସ୍ଥାନୀୟ ଜେଏସ୍ଏମ୍ କଲେଜ ଆଫ୍ ଆର୍ଟସ, ସାଇନ୍ସ ଆଣ୍ଡ କମର୍ସ ତରଫରୁ କଲେଜ ପରିସରରେ ଷଷ୍ଠ ଗ୍ରାଜୁଏସନ୍ ସେରିମୋନି ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଏସିଷ୍ଟାଂଟ ପ୍ରଫେସର ଡ.ଜଗଜିତ କମିଲା ଯୋଗଦେଇ ନିଜ ବକ୍ତବ୍ୟରେ କଲେଜର ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ନିଜର କ୍ୟାରିୟରକୁ ନୂଆ ରୂପରେ ଗଠନ କରିବା ସହ ଏହି କଲେଜରୁ ଆହୋରଣ କରିଥିବା ଜ୍ଞାନ ଓ ଅଭିଜ୍ଞତାକୁ ଦେଶଜାତିର ସେବାରେ ଉତ୍ସର୍ଗ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବରେ କଳାହାଣ୍ଡିର ଡେପୁଟିି କଲେକ୍ଟର ତଥା ବଲାଙ୍ଗୀର ମାଟିର ଝିଅ ଓ ଏଏସ୍ ଶୁଭସ୍ମିତା ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନେ ନିଷ୍ଠା ଓ ଆତ୍ମବିଶ୍ୱାସର ସହ ନିଜକୁ ଏକ ସୁନାଗରିକ ଭାବରେ ଗଢ଼ିବାକୁ ଆର୍ଶିବଚନ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବରେ କଲେଜର ମୁଖ୍ୟ ଉପଦେଷ୍ଟା ମନୋରଂଜନ ସାହୁ, ନିର୍ଦ୍ଦେଶକ ପୀତବାସ ପଣ୍ଡା ପ୍ରମୁଖ ମଂଚାସୀନ ରହି ଆଜିର ଦିବସ ଉପରେ ଧାରଣା ଦେଇ ଛାତ୍ରଛାତ୍ରୀମାନେ ନିଜର କୃତିତ୍ୱ ପାଇଁ ପିତାମାତା ଓ ଗୁରୁଜନମାନଙ୍କ ପ୍ରତି କୃତଜ୍ଞ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। କଲେଜର ପ୍ରତିଷ୍ଠାତା ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ଶର୍ମା ସମସ୍ତ କୃତୀ ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ସମାରୋହକୁ କଲେଜର ଭାଇସ୍ ପ୍ରିନ୍ସିପାଲ ଏବିରାମ ଲିପ୍ସା ସଂଯୋଜନା କରିଥିଲେ। ଏହି ଅବସରରେ ୮ଜଣ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ମେଡାଲ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ କଲେଜର ଗୌରବ ବଢ଼ାଇଥିବା ସିଏ ଫାଇନାଲ ଛାତ୍ର ଅବିନାଶ ମେହେର, ସିଏମ୍ଏ ଫାଉଣ୍ଡେସନ ଛାତ୍ର ସୁନିଧି ଅଗ୍ରୱାଲ, ପି. ଗିରିଜା ସୁବୁଦ୍ଧି ଓ ସିଏ ଫାଉଣ୍ଡେସନ ଛାତ୍ର ଅଖିଲେଶ ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଲେଜର ଅଧ୍ୟକ୍ଷା ଡ. ମନସ୍ମିତା ମିଶ୍ର ବିବରଣୀ ପାଠ କରିଥିବା ବେଳେ କ୍ରିଷ୍ଣା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ କଲେଜର ସୁମନ ଶର୍ମା, ସ୍ୱରୂପା ଠାକୁର, ଗୋବିନ୍ଦ ମିଶ୍ର, ପବିତ୍ର ଦାସ, ଶଙ୍କର ପାଣିଗ୍ରାହୀ, ଶୈଳେଶ ପାଲ, ତନୁଜା ମିଶ୍ର, ଶେଷାଦ୍ରୀ ସ୍ୱାଇଁ, ଅଧ୍ୟାପକ ସୌମ୍ୟରଂଜନ ଭୋଇ, ପ୍ରିୟବ୍ରତ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ। ଏହି ସମାରୋହରେ ବହୁ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଏବଂ ଅଭିଭାବକ ଯୋଗ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande