
ମହିଳା ସଶକ୍ତିକରଣକୁ ଆହୁରି ଗତି ଦେବ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ବାରିପଦା, ୧୯ ଜୁଲାଇ: ମୟୂରଭଞ୍ଜ ଜିଲ୍ଲାର ବାରିପଦାର ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟଠାରେ ‘ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀ’ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ଓଡିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାର ବ୍ଲକ୍ ସ୍ତରୀୟ ଫେଡେରେସନ୍ ର ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ।
ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ସମ୍ମିଳନୀ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ, ନେତୃତ୍ୱ ବିକାଶ ଓ ସଶକ୍ତିକରଣର ଯାତ୍ରାକୁ ଆହୁରି ଗତିଶୀଳ କରିବ। ‘ସୁଭଦ୍ରା ଶକ୍ତି’ ପରିକଳ୍ପନାକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ଦିଗରେ ଏହା ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ଉଲ୍ଲେଖ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର , ରାଇରଙ୍ଗପୁର ବିଧାୟକ ଜଲେନ ନାଏକ Jalen , ବାରିପଦା ବିଧାୟକ ପ୍ରକାଶ ସୋରେନ , ସାରସକଣା ବିଧାୟକ ଭାଦବ ହାଁସଦା ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।
-----------
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ