ୟନେକ୍ସ - ସନରାଇଜ ଜିଲ୍ଲା ବ୍ୟାଡ ମିଂଟନ ଚମ୍ପିୟାନସିପ୍ ଉଦ୍ଘାଟିତ
ଯୋଗଦେଲେ ୨୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ପ୍ରଥମ ଦିନରେ ହେଲା ବିଭିନ୍ନ ବର୍ଗର ୬୯ଟି ମ୍ୟାଚ ବଲାଙ୍ଗୀର, ୧୯ ଜୁଲାଇ(ହି.ସ.) – ଜିଲ୍ଲା ବ୍ୟାଡ ମିଂଟନ ସଂଘ ବଲାଙ୍ଗୀର ଆନୁକୂଲ୍ୟରେ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ ମିଂଟନ ଚମ୍ପିୟାନସିପ୍ ଆଜି ଉଦ୍ଘାଟନ ହୋଇଯାଇଛି। ଏହି ଚମ୍ପିୟାନସିପ୍ରେ ସମଗ୍ର ଜିଲ୍ଲାରୁ
ୟନେକ୍ସ - ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍ଘାଟିତ ଯୋଗ ଦେଲେ ୨୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ପ୍ରଥମ ଦିନରେ ହେଲା ବିଭିନ୍ନ ବର୍ଗର ୬୯ଟି ମ୍ୟାଚ


ଯୋଗଦେଲେ ୨୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ପ୍ରଥମ ଦିନରେ ହେଲା ବିଭିନ୍ନ ବର୍ଗର ୬୯ଟି ମ୍ୟାଚ

ବଲାଙ୍ଗୀର, ୧୯ ଜୁଲାଇ(ହି.ସ.) – ଜିଲ୍ଲା ବ୍ୟାଡ ମିଂଟନ ସଂଘ ବଲାଙ୍ଗୀର ଆନୁକୂଲ୍ୟରେ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ ମିଂଟନ ଚମ୍ପିୟାନସିପ୍ ଆଜି ଉଦ୍ଘାଟନ ହୋଇଯାଇଛି। ଏହି ଚମ୍ପିୟାନସିପ୍ରେ ସମଗ୍ର ଜିଲ୍ଲାରୁ ୨୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହି ପ୍ରତିଯୋଗିତାରେ ୯, ୧୧, ୧୩, ୧୫, ୧୭, ୧୯ରୁ କମ୍ ବୟସ ବର୍ଗର ଉଭୟ ବାଳିକ, ବାଳିକା ସିଙ୍ଗଲ, ଡବଲ୍ସ ଓ ମିକ୍ସ ଡବଲ୍ସ, ବରିଷ୍ଠ ମହିଳା ଓ ପୁରୁଷ ସିଙ୍ଗଲ ଡବଲ୍ସ ଓ ମିକ୍ସ ଡବଲ୍ସ ଏବଂ ଭେଟେରାନର ବିଭିନ୍ନ ବୟସ ବର୍ଗର ପ୍ରତିଯୋଗିତା ଆୟୋଜନ ହେବ। ଜିଲ୍ଲାର ବିଭିନ୍ନ ବ୍ୟାଡ ମିଂଟନ କ୍ଲବ ଓ ସ୍କୁଲ କଲେଜର ଛାତ୍ର ଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଆଜିର ଉଦ୍ଘାଟନ ସମାରୋହରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ ଏବଂ ଜିଲ୍ଲା ଶାରିିରୀକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରତିଯୋଗିତାର ସଫଳ ରୂପାୟନ ପାଇଁ ଶୁଭେଚ୍ଛା ଜଣାଇବା ସହ ବ୍ୟାଡମିଂଟନ ଖେଳର ଇତିହାସ ଓ ଜିଲ୍ଲାର ଖେଳାଳିମାନଙ୍କର କୃତିତ୍ୱ ଉପରେ ସେମାନେ ବକ୍ତବ୍ୟ ରଖିବା ସହ ଆଗାମୀ ଦିନରେ ବଲାଙ୍ଗୀର ଜିଲ୍ଲା ଆହୁରି ଉତମ ଖେଳାଳି ରାଜ୍ୟ ତଥା ଦେଶକୁ ପ୍ରଦାନ କରିବ ବୋଲି କହିଥିଲେ। ଜିଲ୍ଲା ବ୍ୟାଡ ମିଂଟନ ସଂଘ ସଂପାଦକ ସୁରୁଲାଲ ମଟାରୀଙ୍କ ସଂଯୋଜନାରେ ହୋଇଥିବା ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଂଘ ସଭାପତି ଗୋପାଳ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପ-ସଭାପତି ଘନଶ୍ୟାମ ମିଶ୍ର, ଯୁଗ୍ମ ସଂପାଦକ ମାନସ ମହାନ୍ତି, ବରିଷ୍ଠ ଉପଦେଷ୍ଟା ବିରେନ୍ଦ୍ର ମିଶ୍ର, ସୁଧିର ପଣ୍ଡା, ରୋଶନ ଜୈନ, ଉନ୍ନୟନ କମିଟି ସଦସ୍ୟ ଅନନ୍ତ ବେହେରା, ସଦସ୍ୟ ଆଶିଷ ଦର୍ଜୀ ପ୍ରମୁଖ ମଂଚାସିନ ଥିଲେ। ଚାରିଦିନ ଧରି ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ସଫଳ ରୂପାୟନ ପାଇଁ ଜାତୀୟ ଗ୍ରେଡ-୨ ରେଫରି ହେମନ୍ତ ପ୍ରଧାନ ମୁଖ୍ୟ ରେଫରି ଭାବରେ ଚନ୍ଦ୍ର ଶେଖର ମିଶ୍ର ଡେପୁଟି ରେଫରି ଏବଂ ରାଜ୍ୟ ସ୍ୱିକୃତିପ୍ରାପ୍ତ ଟେକନିକାଲ ଅଫସର ବୈଷ୍ଣବ କବାଟ, ସୁଶାନ୍ତ କୁମାର ମହାନ୍ତି, ଉପେନ୍ଦ୍ର ଚନ୍ଦ୍ର, ପବନ କୁମାର ସାହୁ, କେଶବ ଚନ୍ଦ୍ର ସାହୁ, ରମାଇଁ ରଂଜନ ପାଣିଗ୍ରାହୀ, ଅନନ୍ତ ବେହେରା, ମାନସ ମହାନ୍ତି, ଗଜାନନ ଦାଶ, କାସିମ ଇକ୍ୱାଲ, ରାକେଶ ଜେସୱାଲ, ପ୍ରକାଶ ସାହୁ, ମାଷ୍ଟର ଅଫ୍ ସେରିମନିରେ ନନ୍ଦିନି ଲାଲ, ଅଂଚଳ ରାଜପୁତ, ସଂପ୍ରିତି ପଟ୍ଟନାୟକ, ଗୁନଗୁନ ପଦ୍ମିନୀ ଏବଂ ଫିଜିଓ ତଥା ଫାଷ୍ଟଏଡ୍ ବିଶେଷଜ୍ଞ ଭାବେ ରାମ ନାରାୟଣ ଦାଶ, ପ୍ରକାଶ ଛନ୍ଦ, ରଶ୍ମିରାଣୀ ଦାଶ ଯୋଗଦାନ କରିଛନ୍ତି। ପ୍ରଥମ ଦିନରେ ୧୧ ବର୍ଷ, ୧୩, ୧୫, ୧୭ ଓ ୧୯ ବର୍ଷରୁ କମ୍ ୬୯ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ଖେଳର ଦ୍ୱିତୀୟ ରାଉଣ୍ଡର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande