ହଷ୍ଟେଲ ଛାତ୍ରଙ୍କ ମୁଣ୍ଡରେ ପୋକ : ଜୀବନ ସହ ସଂଗ୍ରାମ କରୁଛି ଶିଶୁ : ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ଅଭିଭାବକ
ଚମ୍ପୁଆ, ୧୯ ଜୁଲାଇ (ହି.ସ.)- କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ପଞ୍ଚାୟତ ର ବାସୁଦେବପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୁଣ୍ଡରେ ହୋଇଥିବା ସାମାନ୍ୟ କ୍ଷତ ଭୟଙ୍କର ସଂକ୍ରମଣର ରୂପ ନେବା ଘଟଣାରେ ପୀଡିତ ଛାତ୍ରଙ୍କ ପିତା ନ୍ୟାୟ ପାଇଁ
ହଷ୍ଟେଲ ଛାତ୍ରଙ୍କ ମୁଣ୍ଡରେ ପୋକ : ଜୀବନ ସହ ସଂଗ୍ରାମ କରୁଛି ଶିଶୁ : ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ଅଭିଭାବକ


ଚମ୍ପୁଆ, ୧୯ ଜୁଲାଇ (ହି.ସ.)- କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ପଞ୍ଚାୟତ ର ବାସୁଦେବପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୁଣ୍ଡରେ ହୋଇଥିବା ସାମାନ୍ୟ କ୍ଷତ ଭୟଙ୍କର ସଂକ୍ରମଣର ରୂପ ନେବା ଘଟଣାରେ ପୀଡିତ ଛାତ୍ରଙ୍କ ପିତା ନ୍ୟାୟ ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୁଅର ଏହି ଅବସ୍ଥା ପାଇଁ ସେ ସ୍କୁଲ ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ଦାୟୀ କରିଛନ୍ତି ।

ପୀଡ଼ିତ ଛାତ୍ର କପିଳେଶ୍ୱର ମୁଣ୍ଡାଙ୍କ ପିତା କାଳିଆ ମୁଣ୍ଡାଙ୍କ ଅଭିଯୋଗ ଅନୁଯାୟୀ, ଗ୍ରୀଷ୍ମ ଛୁଟିରେ ପୁଅର ମୁଣ୍ଡରେ ଏକ ବ୍ରଣ ପରି ଘା ହୋଇଥିଲା । ସେ ପୁଅକୁ ଘରେ ରଖି ଚିକିତ୍ସା କରୁଥିଲେ । ତେବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାରମ୍ବାର ତାଙ୍କୁ ପୁଅକୁ ଆଣି ହଷ୍ଟେଲରେ ଛାଡ଼ିବା ପାଇଁ ଫୋନ କରିବାରୁ ସେ ପୁଅକୁ ଆଣି ହଷ୍ଟେଲରେ ଛାଡ଼ିବା ସହ ପୁଅର ଅବସ୍ଥା ବିଷୟରେ ଅବଗତ କରିଥିଲେ। ସେତେବେଳେ ପ୍ରଧାନଶିକ୍ଷକ ନିଜେ ଦାୟିତ୍ୱ ନେଇ ପିଲାକୁ ହସ୍ପିଟାଲ ନେବା ସହ ଚିକିତ୍ସା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଦୁର୍ଭାଗ୍ୟର ବିଷୟ, ହଷ୍ଟେଲରେ ରହିବାର ୧୫ ଦିନ ବିତି ଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ପିଲାର ଚିକିତ୍ସା କରାଇ ନଥିଲେ। ଚିକିତ୍ସାରେ ଅବହେଳା ଯୋଗୁଁ ଛାତ୍ରଙ୍କ ମୁଣ୍ଡରେ ଥିବା କ୍ଷତ ସଂକ୍ରମିତ ହୋଇ ପୂଜ ବାହାରିବା ସହ ପୋକ ହୋଇଯାଇଛି। ସ୍ଥିତି ଏତେ ଗୁରୁତର ଯେ, ପୋକ ଗୁଡ଼ିକ ମୁଣ୍ଡର ଖପୁରୀ ଭେଦ କରି ମସ୍ତିଷ୍କ ପର୍ଯ୍ୟନ୍ତ ସଂକ୍ରମଣ କରିଥିବା ଡାକ୍ତର ସୂଚନା ଦେଇଛନ୍ତି। ବର୍ତ୍ତମାନ ପିଲାଟି ମୃତ୍ୟୁ ସହ ସଂଗ୍ରାମ କରୁଛି। ଏଭଳି ଦାୟିତ୍ୱହୀନତା ପାଇଁ ପ୍ରଧାନ ଶିକ୍ଷକ ଓ ହଷ୍ଟେଲ ପରିଚାଳନାରେ ଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୀଡ଼ିତ ପରିବାର କେନ୍ଦୁଝର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜଣେ ଗରିବ ଆଦିବାସୀ ପିଲାର ଜୀବନ ସହ ଖେଳ ଖେଳିଥିବା ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande