ଚେତନା ସମାଜ ପକ୍ଷରୁ ମହୋତ୍ସବ
କେନ୍ଦ୍ରାପଡ଼ା, ୧୫ ଜୁଲାଇ (ହି.ସ.) ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଚେତନା ସମାଜ ପକ୍ଷରୁ କେନ୍ଦ୍ରାପଡ଼ା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ପ୍ରସିଦ୍ଧ ସାଂସ୍କୃତିକ କ୍ଷେତ୍ର ବାରମାଣିଆ ବଟ ପରିସରରେ ଆୟୋଜିତ ହୋଇଯାଇଛି। ବଟବୃକ୍ଷର ପ୍ରାକୃତିକ ପରିବେଶ ମଧ୍ୟରେ ଆୟୋଜକଙ୍କ ଦ୍ଵାରା ଏହି ଅବସରରେ
ଚେତନା ସମାଜ ପକ୍ଷରୁ ରଜ ମହୋତ୍ସବ କେନ୍ଦ୍ରାପଡ଼ା, ତା.୧୫/୬


କେନ୍ଦ୍ରାପଡ଼ା, ୧୫ ଜୁଲାଇ (ହି.ସ.) ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଚେତନା ସମାଜ ପକ୍ଷରୁ କେନ୍ଦ୍ରାପଡ଼ା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ପ୍ରସିଦ୍ଧ ସାଂସ୍କୃତିକ କ୍ଷେତ୍ର ବାରମାଣିଆ ବଟ ପରିସରରେ ଆୟୋଜିତ ହୋଇଯାଇଛି। ବଟବୃକ୍ଷର ପ୍ରାକୃତିକ ପରିବେଶ ମଧ୍ୟରେ ଆୟୋଜକଙ୍କ ଦ୍ଵାରା ଏହି ଅବସରରେ ଆୟୋଜିତ ରଜଦୋଳି ସମେତ ନୃତ୍ୟ, ଚିତ୍ରକଳା, ମ୍ଯୁଜିକ୍ ଚେୟାର, ରଜଗୀତ ଆଦି ପ୍ରତିଯୋଗିତାରେ ଆଖପାଖ ଅଞ୍ଚଳର ଶତାଧିକ ଛାତ୍ରଛାତ୍ରୀଙ୍କ ଯୋଗଦେଇ ନିଜ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ଅପରାହ୍ନରେ ପରିବେଶବିତ୍ ରବୀନ୍ଦ୍ର ପ୍ରସାଦ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ଅବସରପ୍ରାପ୍ତ ସିଡିଏମଓ ଡା. ଶରତ ଚନ୍ଦ୍ର ସ୍ବାଇଁ ମୁଖ୍ୟ ଅତିଥି, ଅଧ୍ୟାପକ ମୋହନ ଚରଣ ଜେନା ମୁଖ୍ୟ ବକ୍ତା ଏବଂ ଡଃ ଦିଲ୍ଲୀପ ମିଶ୍ର ଓ ସରପଞ୍ଚ ସୁବନୀ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଓଡ଼ିଆ ସଂସ୍କୃତିରେ ରଜପର୍ବର ମହତ୍ତ୍ୱ, ଜନଜୀବନ ଉପରେ ଏହାର ଗଭୀର ପ୍ରଭାବ ଏବଂ ପରିବେଶ ସୁରକ୍ଷା ପାଇଁ ଏହାର ଆହ୍ବାନ ସମ୍ପର୍କରେ ମତବ୍ୟକ୍ତ କରି ସବୁଜ ପୃଥିବୀ ସୃଷ୍ଟି ନିମନ୍ତେ ପରାମର୍ଶ ଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ସଂଗଠନର ସମ୍ପାଦକ ଅଧ୍ୟାପକ ଅଜୟ ସାମଲ ସଂଗଠନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା, ଆଦିକନ୍ଦ ରାଉଳ ସ୍ଵାଗତ ଭାଷଣ, ପଣ୍ଡିତ ପ୍ରତାପ ପତି ଅତିଥି ପରିଚୟ ଓ ଦେବେଶ କୁମାର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ। ଅବଧୂତ ରାଉତ, ରାଜକିଶୋର ନାୟକ, ନୃସିଂହ ଚରଣ ତ୍ରିପାଠୀ, ରଣଧୀର ଜେନା, ମହେନ୍ଦ୍ର ପଟ୍ଟନାୟକ, ରାଜେନ୍ଦ୍ର ମହାପାତ୍ର, ରଜନୀକାନ୍ତ ଦାସ, ବିଷ୍ଣୁପ୍ରିୟା ସାମଲ, ଉମାକାନ୍ତ କର, ଅମରେନ୍ଦ୍ର ଦାସ, ପ୍ରମୁଖ ବିଭିନ୍ନ ବିଭାଗରେ ପ୍ରତିଯୋଗୀଙ୍କର ମୂଲ୍ୟାୟନ କରିଥିଲେ। ବାରମାଣିଆ ବଟ ପରିଷଦର କର୍ମକର୍ତ୍ତା ବିଜୟ କୁମାର ସାମଲ, କୃଷ୍ଣଚନ୍ଦ୍ର ନାୟକ, କରୁଣାକର ଦାସ, ପୂର୍ଣ୍ଣଚନ୍ଦ୍ର ନାୟକ,

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande