
ଭୁବନେଶ୍ୱର, 19 ଜୁଲାଇ (ହି.ସ.)- ମଙ୍ଗଳ ପାଣ୍ଡେଙ୍କ
ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ
ନୂତନ ଦିଗ ପ୍ରଦାନ କରିଥିବା ଅମର ବିପ୍ଳବୀ ନାୟକ ମଙ୍ଗଳ ପାଣ୍ଡେ ଜୀଙ୍କ ଜୟନ୍ତୀ ଅବସରରେ
ତାଙ୍କୁ କୋଟି କୋଟି ପ୍ରଣାମ।
ସେ କହିଛନ୍ତି ଯେ, ତାଙ୍କର
ଅଦମ୍ୟ ସାହସ, ଅତୁଳନୀୟ ଦେଶପ୍ରେମ ଏବଂ ମାତୃଭୂମିର ସ୍ୱାଧୀନତା ପାଇଁ ଦିଆଯାଇଥିବା
ସର୍ବୋଚ୍ଚ ବଳିଦାନ ଅସଂଖ୍ୟ ଦେଶବାସୀଙ୍କ ହୃଦୟରେ ସ୍ୱାଧୀନତାର ଜ୍ୟୋତି ପ୍ରଜ୍ୱଳିତ କରିଥିଲା।
ତାଙ୍କର ପ୍ରେରଣାଦାୟୀ ଜୀବନ ଏବଂ ଅମର ତ୍ୟାଗ ଆମ ସମସ୍ତଙ୍କୁ ନିରନ୍ତର ରାଷ୍ଟ୍ରସେବା, ସ୍ୱାଭିମାନ
ଓ କର୍ତ୍ତବ୍ୟନିଷ୍ଠାର ବାର୍ତ୍ତା ପ୍ରଦାନ କରିଚାଲିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା