
ଭୁବନେଶ୍ୱର, 19 ଜୁଲାଇ (ହି.ସ.)- ଦିଲ୍ଲୀ
ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ
ଶ୍ରୀମତୀ ରେଖା ଗୁପ୍ତା ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା।
ସେ କହିଛନ୍ତି ଯେ, ଆପଣଙ୍କ
ଦକ୍ଷ ନେତୃତ୍ୱରେ ଦିଲ୍ଲୀ ବିକାଶ, ସୁଶାସନ ଏବଂ ଜନକଲ୍ୟାଣର ପଥରେ ନିରନ୍ତର ଅଗ୍ରସର ହେଉଛି। ମହାପ୍ରଭୁ
ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ ସୁସ୍ଥ ସ୍ୱାସ୍ଥ୍ୟ,
ଦୀର୍ଘାୟୁ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା