
ଭୁବନେଶ୍ୱର, 19 ଜୁଲାଇ (ହି.ସ.)- ମଙ୍ଗଲ
ପାଣ୍ଡେଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ ଡ.ହରିବାବୁ
କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ମହାନ ବିପ୍ଳବୀ ମଙ୍ଗଳ
ପାଣ୍ଡେ ଜୀଙ୍କ ଜୟନ୍ତୀରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।
ସେ କହିଛନ୍ତି ଯେ, ଭାରତର
ସ୍ୱାଧୀନତା ପାଇଁ ତାଙ୍କର ନିର୍ଭୀକ ସାହସ,
ଅଦମ୍ୟ ଦେଶପ୍ରେମ ଏବଂ ଅଟଳ ସମର୍ପଣ ଔପନିବେଶିକ ଶାସନ ବିରୋଧରେ
ପ୍ରତିରୋଧର ମଶାଲ ପ୍ରଜ୍ୱଳିତ କରିଥିଲା ଏବଂ ଅସଂଖ୍ୟ ଦେଶଭକ୍ତଙ୍କୁ ପ୍ରେରଣା ଯୋଗାଇଥିଲା।
ତାଙ୍କର ସାହସ, ତ୍ୟାଗ ଏବଂ ମାତୃଭୂମି ପ୍ରତି ଅପାର ପ୍ରେମର ଆଦର୍ଶ ଆମ ସମସ୍ତଙ୍କୁ
ଦେଶସେବାରେ ସଦା ପ୍ରେରିତ କରୁ—ଏହାହିଁ ଆମର ପ୍ରାର୍ଥନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା