
ଭୁବନେଶ୍ୱର, 19 ଜୁଲାଇ (ହି.ସ.)- ଦିଲ୍ଲୀ
ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଶ୍ରୀମତୀ
ରେଖା ଗୁପ୍ତା ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା।
ରାଜ୍ୟପାଳ କହିଛନ୍ତି ଯେ, ମହାପ୍ରଭୁଙ୍କ
ଅଶେଷ କୃପାରୁ ସେ ସୁସ୍ଥ, ସୁଖୀ ଓ ଦୀର୍ଘାୟୁ ହୁଅନ୍ତୁ। ଦିଲ୍ଲୀବାସୀଙ୍କ ସେବା ଏବଂ ରାଷ୍ଟ୍ରର
ପ୍ରଗତିରେ ତାଙ୍କର ନିଷ୍ଠାପୂର୍ଣ୍ଣ ଅବଦାନ ପାଇଁ ସେ ନିରନ୍ତର ଶକ୍ତି, ସଫଳତା ଓ
ଯଶ ଲାଭ କରନ୍ତୁ—ଏହାହିଁ ମୋର ଆନ୍ତରିକ ଶୁଭକାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା