ଛାତ୍ରଛାତ୍ରୀଙ୍କ ସହ ଜଡ଼ିତ ଶିକ୍ଷା ପ୍ରସଙ୍ଗକୁ ସଂସଦରେ ସର୍ବୋଚ୍ଚ ପ୍ରାଥମିକତା ସହ ଉପସ୍ଥାପନ କରିବାକୁ ଦାବି କଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 19 ଜୁଲାଇ (ହି.ସ.)- ଛାତ୍ରଛାତ୍ରୀଙ୍କ ସହ ଜଡ଼ିତ ଶିକ୍ଷା ପ୍ରସଙ୍ଗକୁ ସଂସଦରେ ସର୍ବୋଚ୍ଚ ପ୍ରାଥମିକତା ସହ ଉପସ୍ଥାପନ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗଣତନ୍ତ୍ରର ଏହି ପବିତ୍ର ମନ୍ଦିରରେ ଏହା ଉପରେ ବିସ୍ତୃତ ଆଲୋଚନା କରିବ
ଛାତ୍ରଛାତ୍ରୀଙ୍କ ସହ ଜଡ଼ିତ ଶିକ୍ଷା     ପ୍ରସଙ୍ଗକୁ ସଂସଦରେ ସର୍ବୋଚ୍ଚ ପ୍ରାଥମିକତା ସହ ଉପସ୍ଥାପନ କରିବାକୁ ଦାବି କଲେ ନବୀନ ପଟ୍ଟନାୟକ


ଭୁବନେଶ୍ୱର, 19 ଜୁଲାଇ (ହି.ସ.)- ଛାତ୍ରଛାତ୍ରୀଙ୍କ

ସହ ଜଡ଼ିତ ଶିକ୍ଷା ପ୍ରସଙ୍ଗକୁ ସଂସଦରେ ସର୍ବୋଚ୍ଚ ପ୍ରାଥମିକତା ସହ ଉପସ୍ଥାପନ କରିବାକୁ ଦାବି କରିଛନ୍ତି

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗଣତନ୍ତ୍ରର ଏହି ପବିତ୍ର ମନ୍ଦିରରେ ଏହା ଉପରେ ବିସ୍ତୃତ

ଆଲୋଚନା କରିବାକୁ ସେ କହିବା ସହ ଛାତ୍ରଛାତ୍ରୀଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନା ଆରମ୍ଭ କରି

ସେମାନଙ୍କ ମତାମତ ପ୍ରକାଶ ପାଇଁ ଏକ ଉପଯୁକ୍ତ ମଞ୍ଚ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଆମ ଦେଶର କୋଟି କୋଟି ଶିଶୁ ଓ

ଯୁବପିଢ଼ିଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତର ଏକମାତ୍ର ପଥ ହେଉଛି ଶିକ୍ଷା। ପୃଥିବୀର ପ୍ରତ୍ୟେକ

ବିକଶିତ ରାଷ୍ଟ୍ର ଏକ ସୁଦୃଢ଼ ଶିକ୍ଷା ବ୍ୟବସ୍ଥା ଏବଂ ସ୍ୱଚ୍ଛ, ବିଶ୍ୱସନୀୟ

ପରୀକ୍ଷା ପ୍ରଣାଳୀ ଉପରେ ଗଢ଼ିଉଠିଛି। ଭାରତ ମଧ୍ୟ ନିଜର ଶିକ୍ଷା ବ୍ୟବସ୍ଥାର ଶକ୍ତି ବଳରେ

ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏହି ବ୍ୟବସ୍ଥା ଦେଶକୁ ଅସଂଖ୍ୟ ପ୍ରତିଭାବାନ ଡାକ୍ତର, ବୈଜ୍ଞାନିକ, ଇଞ୍ଜିନିୟର, ଶିକ୍ଷକ

ଓ ଉଦ୍ଭାବକ ଦେଇଛି, ଯେଉଁମାନେ ଆଧୁନିକ ଭାରତ ଗଠନରେ ଅମୂଲ୍ୟ ଅବଦାନ ରଖିଛନ୍ତି।

ନବୀନ କହିଛନ୍ତି ଯେ, କିନ୍ତୁ

ଆଜି ଏହି ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ବିଶ୍ୱାସ ଗଭୀର ଭାବେ କ୍ଷୁର୍ଣ୍ଣ ହୋଇଛି। ଏହା କେବଳ

ଏକ ପରୀକ୍ଷାର ବିଫଳତା ନୁହେଁ, ବରଂ ସମଗ୍ର ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ଉପରେ ଆଘାତ। ଏହା ଯୋଗ୍ୟ ଓ

ପରିଶ୍ରମୀ ଛାତ୍ରଛାତ୍ରୀଙ୍କୁ ଏହି ସନ୍ଦେଶ ଦେଉଛି ଯେ,

ପରିଶ୍ରମର ଆଉ କୌଣସି ମୂଲ୍ୟ ନାହିଁ, ଏବଂ

ଦାରିଦ୍ର୍ୟରୁ ମୁକ୍ତି ପାଇବାର ସେମାନଙ୍କର ଏକମାତ୍ର ଶିଢ଼ିକୁ ଭାଙ୍ଗି ଦେଉଛି। ଯେଉଁ ରାଷ୍ଟ୍ର

ନିଜର ପରୀକ୍ଷା ପ୍ରଣାଳୀର ସତ୍ୟନିଷ୍ଠା ସହ ଆପୋଷ କରେ,

ସେ ନିଜର ଭବିଷ୍ୟତ ସହ ମଧ୍ୟ ଆପୋଷ କରେ।

ଦେଶର କୋଟି କୋଟି

ଛାତ୍ରଛାତ୍ରୀଙ୍କ ସହ ଜଡ଼ିତ ଏହି ଗୁରୁତର ପ୍ରସଙ୍ଗକୁ ସଂସଦରେ ସର୍ବୋଚ୍ଚ ପ୍ରାଥମିକତା ସହ

ଉପସ୍ଥାପନ କରାଯିବା ଉଚିତ। ଗଣତନ୍ତ୍ରର ଏହି ପବିତ୍ର ମନ୍ଦିରରେ ଏହା ଉପରେ ବିସ୍ତୃତ ଆଲୋଚନା

ହେବା ସହିତ ଏଭଳି ପ୍ରଶ୍ନପତ୍ର ଲିକ୍, ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ଓ ବ୍ୟବସ୍ଥାଗତ ବିଫଳତାର ପୁନରାବୃତ୍ତି

ରୋକିବା ପାଇଁ ଠୋସ ସଂସ୍କାର କରାଯିବା ଆବଶ୍ୟକ। ଏହି ବିଶ୍ୱାସଭଙ୍ଗ ପାଇଁ ଦାୟୀ ବ୍ୟକ୍ତି ଓ

ସଂସ୍ଥାଙ୍କୁ ମଧ୍ୟ ଉତ୍ତରଦାୟୀ କରାଯିବା ଦରକାର।

ରାଜନୀତିକୁ ପାର୍ଶ୍ୱରେ ରଖି, ନବୀନ

ପଟ୍ଟନାୟକ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ,

ଗତ କିଛି ଦିନ ଧରି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା

ଛାତ୍ରଛାତ୍ରୀଙ୍କ ସହ ଅର୍ଥପୂର୍ଣ୍ଣ ଆଲୋଚନା ଆରମ୍ଭ କରନ୍ତୁ। ସେମାନଙ୍କ ମତାମତ ପ୍ରକାଶ ପାଇଁ

ଏକ ଉପଯୁକ୍ତ ମଞ୍ଚ ଦିଆଯାଉ। ଏକ ସଶକ୍ତ ଗଣତନ୍ତ୍ର ନୀରବତାରେ ନୁହେଁ, ବରଂ

ସଂଳାପ ମାଧ୍ୟମରେ ଆଗକୁ ବଢ଼େ—ଏବଂ ଯେତେବେଳେ ଏହି ସଂଳାପ ଦେଶର ଯୁବପିଢ଼ିଙ୍କ ସହ ହୁଏ, ସେତେବେଳେ

ତାହାର ଗୁରୁତ୍ୱ ଆହୁରି ବଢ଼ିଯାଏ। ଭାରତର ଶିଶୁ ଓ ଯୁବବର୍ଗ ଆମ ନେତୃତ୍ୱ ଉପରେ ଆଶା ରଖିଛନ୍ତି।

ଆମେ ସେମାନଙ୍କ ବିଶ୍ୱାସକୁ ଭଙ୍ଗ କରିପାରିବା ନାହିଁ।

ନବୀନ କହିଛନ୍ତି ଯେ, ଶାନ୍ତିପୂର୍ଣ୍ଣ

ଭାବେ ଆନ୍ଦୋଳନ କରୁଥିବା ଯୁବପିଢ଼ିଙ୍କ ସହ ଆନ୍ତରିକ,

ସକାରାତ୍ମକ ଓ ଖୋଲାମନରେ ହେଉଥିବା ସଂଳାପ ଗଣତନ୍ତ୍ର, ଶିକ୍ଷା

ବ୍ୟବସ୍ଥା ଏବଂ ସେମାନଙ୍କ ଭବିଷ୍ୟତ ଗଢ଼ିବାର ଦାୟିତ୍ୱ ନେଇଥିବା ନେତୃତ୍ୱ ପ୍ରତି ସେମାନଙ୍କ

ବିଶ୍ୱାସକୁ ପୁନଃ ସୁଦୃଢ଼ କରିବ। ଦେଶର ଯୁବ ଓ ଛାତ୍ରସମାଜଙ୍କ ସହିତ ବିଜୁ ଜନତା ଦଳ ସଦା

ଦୃଢ଼ତାର ସହ ଛିଡ଼ା ହୋଇ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande