
ଭୁବନେଶ୍ୱର, 19 ଜୁଲାଇ (ହି.ସ.)- ହିନ୍ଦୀ
ଚଳଚ୍ଚିତ୍ର ‘ଭୁଲ୍ ଭୁଲୈୟା ୩’ ପାଇଁ ଶ୍ରେଷ୍ଠ ସାଉଣ୍ଡ ଡିଜାଇନର୍ ଭାବେ ୭୨ତମ ଜାତୀୟ
ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବା ଓଡ଼ିଆ ପୁଅ ମାନସ ଚୌଧୁରୀଙ୍କୁ ହାର୍ଦ୍ଦିକ
ଅଭିନନ୍ଦନ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା। ଏହି ଅବସରରେ ସେ କହିଛନ୍ତି ଯେ, ଏହି
ସଫଳତା ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ
ଆଗାମୀ ଦିନରେ ସେ ଆହୁରି ଅନେକ ସଫଳତା ଅର୍ଜନ କରନ୍ତୁ, ଏହା ହିଁ ମୋର ପ୍ରାର୍ଥନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା