ଆଭାସୀରେ ମୋ ଭାଷା ମୋ ସାହିତ୍ୟ ଅନୁଷ୍ଠାନର ବର୍ଷା ଆସର ପାଳନ
ଭଦ୍ରକ, ୨ ଜୁଲାଇ୍ (ହି.ସ.) - ମୋ ଭାଷା ମୋ ସାହିତ୍ୟ,ବସନ୍ତିଆ,ଭଦ୍ରକ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ବର୍ଷା କବିତା ଆସର ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଛି। ବିଶ୍ୱନାଥ କିଙ୍କର ରାଉତ ଆସରକୁ ଅଧକ୍ଷତା କରିଥିଲେ। ବର୍ଷା କିପରି ଜଗତର ମଙ୍ଗଳ ସାଧନ କରେ,ଜୀବଜଗତର ଅପୂର୍ବ କଲ୍ୟାଣ କରେ ସେ ନେଇ ମତ ବିନିମୟ କର
ABHASIRE SAHITYA ASARA


ଭଦ୍ରକ, ୨ ଜୁଲାଇ୍ (ହି.ସ.) - ମୋ ଭାଷା ମୋ ସାହିତ୍ୟ,ବସନ୍ତିଆ,ଭଦ୍ରକ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ବର୍ଷା କବିତା ଆସର ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଛି। ବିଶ୍ୱନାଥ କିଙ୍କର ରାଉତ ଆସରକୁ ଅଧକ୍ଷତା କରିଥିଲେ। ବର୍ଷା କିପରି ଜଗତର ମଙ୍ଗଳ ସାଧନ କରେ,ଜୀବଜଗତର ଅପୂର୍ବ କଲ୍ୟାଣ କରେ ସେ ନେଇ ମତ ବିନିମୟ କରାଯାଇଥିଲା। ସମ୍ମାନୀତ ଅତିଥି ବ୍ୟଙ୍ଗ କବି ସରୋଜ କୁମାର ଶତପଥି ମୋ ଭାଷା ଓ ମୋ ସାହିତ୍ୟର ନାମକରଣକୁ ଯଥାର୍ଥ ପ୍ରତିପାଦନ କରିବା ପାଇଁ ଭାଷା କିପରି ଜାତି ଓ ସଭ୍ୟତାକୁ ଆଗକୁ ନିଏ, ଭାଷାର ପ୍ରକାରଭେଦ ଓ ସାହିତ୍ୟ ସହିତ ତାର ସଂପର୍କକୁ ପୁଙ୍ଖାନୁପୁଙ୍ଖ ବ୍ୟାଖ୍ୟା କରିଥିଲେ। ମୁଖ୍ୟ ଅତିଥି ଅବସରପ୍ରାପ୍ତ ଶିକ୍ଷକ ତଥା ଆଧ୍ୟାତ୍ମବାଦ ପ୍ରବକ୍ତା ନାରାୟଣ ଚନ୍ଦ୍ର ଲେଙ୍କା ମହାକବି କାଳିଦାସଙ୍କର ମେଘଦୂତ ସାହିତ୍ୟର ବର୍ଷା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ବର୍ଷା ଜନଜୀବନର ପ୍ରତିଟି ସୋପାନରେ କିଭଳି ଭାବେ ସହାୟକ ହୋଇଛି ଓ ବିଶେଷ କରି ସାହିତ୍ୟରେ ବର୍ଷାର ଆବିର୍ଭାବ କିପରି ସାହିତ୍ୟକୁ ଜୀବନ୍ତ କରି ରଖିଛି ଆଲୋଚନା କରିଥିଲେ। ମୁଖ୍ୟ ଆଲୋଚକ ଅବସରପ୍ରାପ୍ତ ଶିକ୍ଷକ ରଙ୍ଗାଧର ବେହେରା ପ୍ରାଚୀନ ସାହିତ୍ୟରେ ବର୍ଷା ବର୍ଣ୍ଣନା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ମହାକବି କାଳିଦାସଙ୍କ ସାହିତ୍ୟରେ ବର୍ଷା,ଲାବଣ୍ୟବତୀରେ ବର୍ଷା,ଶିଶୁପାଳବଧରେ ବର୍ଷା,ଋତୁସମ୍ଭାରରେ ବର୍ଷା,ବାଲ୍ମିକୀ ରାମାୟଣରେ ବର୍ଷା,କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟରେ ବର୍ଷା,ଦୀନକୃଷ୍ଣ ଦାସଙ୍କ ରସ କଲ୍ଲୋଳ ସାହିତ୍ୟରେ ବର୍ଷଖ,ରାଧାନାଥଙ୍କ ତୁଳସୀ ସ୍ତବକରେ ବର୍ଷା,ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ବର୍ଷା,ରାଧାମୋହନ ଗଡନାୟକଙ୍କ ସାହିତ୍ୟରେ ବର୍ଷା ଓ ସମସାମୟିକ ସାହିତ୍ୟରେ ବର୍ଷା ଆଦିର ବର୍ଣ୍ଣନା କରି ଥିଲେ।ଶିକ୍ଷୟିତ୍ରୀ ସରୋଜିନୀ ରଥ ଶୁଦ୍ଧ ବିଚାର ଉପସ୍ଥାପନ କରି ସାହିତ୍ୟ ସୁଧିଜନଙ୍କୁ ସକାରାତ୍ମକ ସାହିତ୍ୟ ରଚନା କରିବାକୁ ଆଗ୍ରହ ପ୍ରକଟ କରିଥିଲେ। ଆସରରେ ଖଗେଶ୍ୱର ନାୟକ ଯାଜପୁର,ଦେବେନ୍ଦ୍ର ମହାଳିକ ଭଦ୍ରକ,ବିଦ୍ୟାଧର ମନ୍ତ୍ରୀ ଗଞ୍ଜାମ,ପ୍ରଭାତ କୁମାର ବେହେରା ଖୋର୍ଦ୍ଧା,ପ୍ରଭାତ ପଣ୍ଡା କେନ୍ଦୁଝର,ସୁଶ୍ରୀ କଳ୍ପନା ପଣ୍ଡା ଯାଜପୁର,ଡଃ ଅରୁଣ ଗୋଲ୍େଡନ କେନ୍ଦୁଝର,ଦେବବ୍ରତ ସାହୁ ଭଦ୍ରକ,ଗୀତାଞ୍ଜଳି ଅଗସ୍ତି ଭଦ୍ରକ,ଗୀତାଞ୍ଜଳି ମିଶ୍ର ବିନିକା,ଡଃ ଗୀତାଞ୍ଜଳି ମହାନ୍ତି ଭବାନୀପାଟଣା,ଡଃ ଧନଞ୍ଜୟ ମିଶ୍ର(କଟକ),ସନ୍ତୋଷିନୀ ନାଗ ବରଗଡ଼,କୃଷ୍ଣଚନ୍ଦ୍ର ମହାପାତ୍ର କେନ୍ଦ୍ରାପଡା,ମୁକ୍ତିରାଣୀ ଦେବତା ଯାଜପୁର ପ୍ରମୁଖ ସାରସ୍ୱତ ସ୍ରଷ୍ଟା ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ।ପ୍ରାରମ୍ୱରେ କବୟିତ୍ରୀ ଜୟନ୍ତି ଚୈଧୁରୀ ଶ୍ଳୋକପାଠ, ପ୍ରତାପ କିଶୋର ରାଉତ ସ୍ୱାଗତ ସଙ୍ଗିତ,ସଂପାଦକ ଶ୍ରୀକାନ୍ତ ପଣ୍ଡା ସ୍ୱାଗତ ଦ୍ଭାଷଣ ଏବଂ ସହ ସମ୍ପାଦକ ସୌଦାଗର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିବାବେଳେ ସଭାପତି ବିଶ୍ୱନାଥ କିଙ୍କର ରାଉତ ଶାନ୍ତିପାଠ କରି ସଭା ସାଙ୍ଗ କରିଥିଲେ। ସମସ୍ତ କର୍ମକର୍ତ୍ତାଙ୍କ ସାଂଗଠନିକ ଉଦ୍ୟମ ବଳରେ ସଫଳତାର ସହ ଏହି ରାଜ୍ୟସ୍ତରୀୟ କବିତା ଆସରଟି ସମାପନ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande