
ଝାରସୁଗୁଡା, ୪ ଜୁଲାଇ (ହି.ସ.)- ଝାରସୁଗୁଡ଼ା ପୌରପରିଷଦ ଅଧିନସ୍ଥ ସରକାରୀ ହାଇସ୍କୁଲ ପଞ୍ଚପଡ଼ାରେ ଶନିବାର ବନମହୋତ୍ସବ ଓ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା l ରାଲି ପରେ ପ୍ରଧାନଶିକ୍ଷୟତ୍ରୀ ପୂର୍ଣ୍ଣମିତା ନାଏକଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ସ୍କୁଲ ପରିଚାଳନା କମିଟି ସଭାପତି ଗୀତା ପଟେଲ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ l ଏଥିରେ ଆଶା କର୍ମୀ ମୀନା ପଟେଲ, ସ୍କୁଲ ଆଲୁମିନି ସଦସ୍ୟ, ଅଭିଭାବକ, ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ l
ଶେଷରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସମସ୍ତ ଅତିଥି, ସଦସ୍ୟ ସଦସ୍ୟା, ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଆମ୍ବ, ପିଜୁଳି, ସଜନା, ଅଁଳା, ଅର୍ଜୁନ, ଓଉ, ଡାଳିମ୍ବ, ଆତ, ପଣସ, ଲେମ୍ବୁ ଇତ୍ୟାଦି ଗଛ ଲଗାଇଥିଲେ l ଏଥିରେ ପିଇଟି ପଙ୍କଜିନୀ ପଟେଲ, ଶିକ୍ଷକ ଆଲୋକ ପଟେଲ, କୁଶ ଭୁଏ, ଶିକ୍ଷୟତ୍ରୀ ସୁନନ୍ଦା ଚୌଧୁରୀ, ଜୟନ୍ତୀ ନାଥ, ବିନୀତା ପ୍ରଧାନ, ସଙ୍ଗୀତା କେରକେଟା, ପ୍ରମିତା ପଟେଲ, ଅପର୍ଣ୍ଣା ସେଟ୍ ପ୍ରମୁଖ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ