
ଜୟପୁର, ୦୨ ଜୁଲାଇ (ହି.ସ.) - ଓଡ଼ିଶା ଅମଲା ସଂଘର ରାଜ୍ୟ ସମ୍ମିଳନୀ କୋରାପୁଟ ଜିଲ୍ଲାରେ କରିବା ନିମନ୍ତେ ଦିର୍ଘ ବର୍ଷ ଧରି ଦାବି ହୋଇ ଆସୁଥିଲା । ବହୁ ବାର ଜୟପୁର ଠାରେ ବୈଠକ ଓ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ଅମଲା ସଂଘ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ବାରମ୍ବାର ସମସ୍ତଙ୍କୁ ଅବଗତ କରାଉଥିଲେ କିନ୍ତୁ କିଛିକୁ ଚକ୍ରାନ୍ତ କାରି ରାଜ୍ୟ ନେତୃବୃନ୍ଦ ସେମାନଙ୍କ ସୁବିଧା ସ୍ଥାନ ରେ ସମ୍ମିଳନୀ କରି ଆସୁଥିଲେ କ୍ଷ ସମସ୍ତ ଜିଲ୍ଲା ନେତୃବୃନ୍ଦ ଙ୍କ ବିରୋଧ ସତ୍ୱେ ଓ ଗୃହ ବିଭାଗ ସଚିବ ଙ୍କ ଆଦେଶକୁ ଅବମାନନା କରି ସମସ୍ତ ନିତି ନିୟମ କୁ ଉଲଂଘନ କରି ଏଥର ମଧ୍ୟ ତ୍ରୟବାର୍ଷିକି ସମ୍ମିଳନି ବିଗତ ମଇ ମାସ ୨୬ ଓ ୨୭ ତାରିଖରେ ପୁରୀ ଠାରେ କରିଥିଲେ । ତ୍ରୟବାର୍ଷିକି ସମ୍ମିଳନି ପୁର୍ବରୁ ଏକ ଗୁପ୍ତ ବୈଠକ କରି କର୍ମକର୍ତା ଚୟନ ମଧ୍ୟ କରି ସାରିଥିଲେ ଲୁକ୍କାୟିତ ଭାବେ ଚୟନ କରାଯାଇଥିବା କର୍ମକର୍ତାଙ୍କ ନାମ ଘୋଷଣା ସମୟରେ ସମଗ୍ର ଜିଲ୍ଲା ନେତୃବୃନ୍ଦ ବିରୋଧ ପ୍ରଦର୍ଶନ କରିବା ସହିତ ଉକ୍ତ ଚୟନ ପ୍ରକ୍ରିୟାକୁ ଅସିଦ୍ଧ ଘୋଷିତ କରିବା ନିମନ୍ତେ ଆନ୍ଦୋଳନ କରିଥିଲେ । ଏହା ବିଭିନ୍ନ ଗଣ ମାଧ୍ୟମ ରେ ପ୍ରଚାର ପ୍ରସାର ହୋଇଥିଲା ଯାହାକୁ ପାଥେୟ କରି ଗୃହ ବିଭାଗ ସଚିବ ତାଙ୍କ ପତ୍ରାଙ୍କ ସଂଖ୍ୟା ୨୨୭୭୬ ତା ୨୯.୦୬.୨୦୨୬ ରେ କୁ ଚକ୍ରାନ୍ତ କାରି ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘଙ୍କୁ ଜାଲିଆତି କରିଥିବା ନେଇ କୈଫତ୍ ତଲବ କରିଛନ୍ତି । ଏହାର ସମ୍ପୁର୍ଣ୍ଣ ତଥ୍ୟ ସହିତ ୭ ଦିନ ମଧ୍ୟରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିବା ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ଶଶୀ ଭୂଷଣ ଦାସ ଗଣ ମାଧ୍ୟମକୁ ସୁଚନା ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି