

ବଲାଙ୍ଗିର, 02 ଜୁଲାଇ (ହି.ସ.) ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଆନନ୍ଦ ନିକେତନ, ଖୁଜେନପାଲିଠାରେ ୭୭ତମ ବନ ମହୋତ୍ସବ ସପ୍ତାହ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱାତ୍ମ ଚେତନା ପରିଷଦର ସାଧାରଣ ସମ୍ପାଦକ ସ୍ୱାମୀ ସତ୍ୟବେଦନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବଲାଙ୍ଗୀର ବନ ବିଭାଗ ପକ୍ଷରୁ ରେଞ୍ଜର ନବୀନ ପଣ୍ଡା, ଫରେଷ୍ଟର ଆନନ୍ଦ ବିହାରୀ ସ୍ୱାଇଁ ଏବଂ ବନରକ୍ଷୀ ଭାରତୀ ମାଝୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତଥିଲେ। ବିଦ୍ୟାଳୟର ପ୍ରାଚାର୍ୟ୍ୟ ଡଃ ସୁଶାନ୍ତ କୁମାର ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀ ଏବଂ ବିଶ୍ବାତ୍ମ ବିଦ୍ୟା ମନ୍ଦିର, ବଲାଙ୍ଗୀର ଇକୋ କ୍ଲବ ପ୍ରମୁଖ ସଞ୍ଜୟ କୁମାର ଦାସ ମଧ୍ୟ ଉପସ୍ଥିତ ଥିଲେ।
ସଭାର ଆରମ୍ଭରେ ଦୀପ ପ୍ରଜ୍ୱଳନ କରାଯାଇଥିଲା। ପରେ ଅତିଥିମାନେ ପରିବେଶ ସୁରକ୍ଷା, ବନ ସଂରକ୍ଷଣ, ଜୈବ ବିବିଧତାର ଗୁରୁତ୍ୱ ଏବଂ ଅଧିକରୁ ଅଧିକ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ଉଦ୍ବୋଧନ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରକୃତି ସୁରକ୍ଷା ପ୍ରତି ସଚେତନ ହେବାକୁ ଆହ୍ୱାନ କରିଥିଲେ।କାର୍ଯ୍ୟକ୍ରମକୁ ବିଦ୍ୟା ମନ୍ଦିରର ସଂଯୋଜକ ସମ୍ବିତ୍ କୁମାର ସଞ୍ଚାଳନ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅତିଥିମାନଙ୍କ ଉପସ୍ଥିତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଇଥିଲା। ଏହି ଅବସରରେ ବଲାଙ୍ଗୀର ରେଞ୍ଜ ର କର୍ମଚାରୀ ବ୍ୟାସଦେବ ସାହୁ, ଅଶୋକ କୁମାର ସେଠ, ଶରତ କୁମାର ନାଏକ ଓ ମାନସୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ