
ପଟ୍ଟାମୁଣ୍ଡାଇ , 02 ଜୁଲାଇ (ହି.ସ.) ରାଜନଗର ବନବିଭାଗ ପକ୍ଷରୁ ରାଜନଗର ନାଉକଣା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ୭୭ତମ ବନ ମହୋତ୍ସବ ଅବସରରେ ମୁଖ୍ୟ ଅତିଥି ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ ଗାଇକୋୟାର୍ଡ଼ ଙ୍କ କରକମଳ ରେ ଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଗଲା ।ଏହି ଅବସରରେ ପରିବେଶବିତ୍ ଭାସ୍କର ରାଉତରାୟ ଯୋଗଦାନ କରି ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ lପୂର୍ବରୁ ଆୟୋଜିତ ହୋଇ ଥିବା ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା ରେ ବିଜୟଲାଭ କରିଥିବା ପ୍ରତିଯୋଗୀଙ୍କୁ ଟ୍ରଫି ସହିତ ମାନପତ୍ର ପ୍ରଦାନ କଲେ । ଉପସ୍ଥିତ ସମସ୍ତ ଅତିଥି ଓ ଛାତ୍ର ଛାତ୍ରୀ ଙ୍କ ସହ ଗ୍ରାମବାସୀ ମିଶି ବୃକ୍ଷ ରୋପଣ କରିଥିଲେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ପରିବେଷବିତ,ମହାକାଳପଡ଼ା ରେଞ୍ଜ୍, ରାଜନଗର ରେଞ୍ଜ,ଗହୀରମଥା ରେଞ୍ଜ, କୁଜଙ୍ଗ ଓ କନିକା ରେଞ୍ଜ ର ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେl
---------------
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ